• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଥାଇରଏଡ ରୋଗୀଙ୍କୁ ସୋୟାବିନ୍‌ ଖାଇବା ଅନୁଚିତ

  • ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍

ଶରୀରରେ ଥାଇରକ୍ସିନ ନାମକ ହରମୋନ୍‌ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ୍‌ ସମସ୍ୟାରେ ପୀଡ଼ିତ ହୁଅନ୍ତି । ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗରେ ପୀଡିତ ହୁଅନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ । ସୂଚନା ଅନୁଯାୟୀ ଭାରତର ପ୍ରତି ୧୦ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ହୋଇଥାନ୍ତି । ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଥାଇରଏଡ୍‌ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ …

ଭିଟାମିନ୍ ଡି:

  • ଭିଟାମିନ୍-ଡି କ୍ୟାଲସିୟମ୍ ଏବଂ ଫସଫେଟ୍ ଉତ୍ପାଦନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏବଂ ସୁସ୍ଥ ହାଡ, ଦାନ୍ତ ଏବଂ ମାଂସପେଶୀ ପାଇଁ ଆବଶ୍ୟକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ମାନଙ୍କ ଶରୀରରେ ଭିଟାମିନ୍-ଡି ର ମାତ୍ରା କମ୍ ଥାଏ ସେହି ଲୋକଙ୍କ କ୍ଷେତ୍ରରେ ଥାଇରଏଡ୍ ରୋଗ ହେବାର ସମ୍ଭାବନା ରହିଥାଏ ।

ପ୍ରୋସେସ୍ଡ ଫୁଡ୍‌:

  • ଥାଇରଏଡ୍‌ ରୋଗୀ ପ୍ରୋସେସ୍ଡ ଫୁଡ୍‌ ବା ପ୍ରକିୟାକୃତ ଖାଦ୍ୟ ସେବନ କରିବା ଅନୁଚିତ । ପ୍ରୋସେସ୍ଡ ଫୁଡ୍‌ ଯେପରିକି ଆଇସକ୍ରିମ୍,ବରଗର୍,ପିଜା,ପପକନ୍,କୋଲ୍ଡ ଡ୍ରିଙ୍ଗ୍ସ ଆଦି ଖାଦ୍ୟ ଖାଇବା ଅନୁଚିତ୍ । ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ ଅସୁବିଧାରେ ପକାଇଥାଏ ।

ଲାଲ ମାଂସ:

  • ଲାଲ ମାଂସରେ ସାଚୁରେଟେଡ୍‌ ଫ୍ୟାଟ୍‌ ଏବଂ କୋଲେଷ୍ଟରଲ ରହିଥାଏ । ଏହା ଥାଇରଏଡ ହର୍‌ମୋନକୁ ବୃଦ୍ଧି କରିଥାଏ । ଏଣୁ ରୋଗୀଙ୍କୁ ଲାଲ ମାଂସ ଖାଇବା ଅନୁଚିତ । ଲାଲମାଂସ ଯଥା ମଟନ୍ ଓ ଚର୍ବି ଜାତୀୟ ମାଂସ ଖାଇବା ଅନୁଚିଚ ।

ମଦ:

  • ଥାଇରଏଡ୍‌ ରୋଗୀଙ୍କୁ ମଦ ସେବନ କରିବା ଅନୁଚିତ୍‌ । କାରଣ ଥାଇରଏଡ୍‌ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ଖରାପ ପ୍ରଭାବ ପକାଇଥାଏ । ଏଣୁ ହେଲ୍ଥ ଏକ୍ସପର୍ଟ ରୋଗୀଙ୍କୁ ମଦ୍ୟପାନ ନକରିବାକୁ ପରାମର୍ଶ ଦେଇଥାନ୍ତି । ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ ।

ସୋୟାବିନ:

  • ଥାଇରଏଡ ରୋଗୀଙ୍କୁ ସୋୟାବିନ୍‌ ଖାଇବା ଅନୁଚିତ । ସୋୟାବିନରେ ଆଇସୋଫ୍ଲୋଭୋନ୍ ରହିଥାଏ ଯାହା ଆପଣଙ୍କ ଶରୀରରେ ଥାଇରଏଡ୍ ହରମୋନ୍ ଉତ୍ପାଦନକୁ ପ୍ରତିରୋଧ କରିଥାଏ ସ।

ଫାଇବର ଯୁକ୍ତ ପନିପରିବା:

  • ଥାଇରଏଡ ରୋଗୀ ଫାଇବର ଥିବା ଖାଦ୍ୟ ଖାଇବା ଅନୁଚିତ୍ । ଫାଇବର ଯୁକ୍ତ ଖାଦ୍ୟ ମଧ୍ୟରେ ପାଳଙ୍ଗ,କୋବି, ବ୍ରୋକୋଲି ଇତ୍ୟାଦି ସେବନ କରିବା ଅନୁଚିତ ।
  • ଭଜା ଖାଦ୍ୟ ଏବଂ ଖାଦ୍ୟରେ ଚର୍ବି ଜାତୀୟ ଥିବା ଖାଦ୍ୟ ଖାଇବା ଅନୁଚିତ୍ । ଥାଇରଏଡ୍ ରୋଗୀଙ୍କ ପାଇଁ ଏହା ଉପଯୁକ୍ତ ଖାଦ୍ୟ ହୋଇନଥାଏ ।