• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଡ୍ରାଏ ସ୍କିନର ସମସ୍ୟା ଦୂର କରେ କଞ୍ଚା କ୍ଷୀର

  • ଚର୍ମକୁ ଭିତରୁ ସଫା ରଖେ କଞ୍ଚା କ୍ଷୀର

ସମସ୍ତେ ଚାହାନ୍ତି ସୁନ୍ଦର ଚର୍ମ ପାଇବା ପାଇଁ । ସୁନ୍ଦର ଚର୍ମ ପାଇଁ କଞ୍ଚା କ୍ଷୀର ଅତ୍ୟନ୍ତ ଲାଭଦାୟକ ଅଟେ । କଞ୍ଚା କ୍ଷୀରରେ ଭିଟାମିନ୍-ଏ, ଡି, ବାୟୋଟିନ୍, ପ୍ରୋଟିନ୍ ଇତ୍ୟାଦି ଗୁଣ ରହିଥାଏ । ଏହାଦ୍ୱାରା ଚର୍ମ ସହ ଜଡିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍କିନ ବା ଚର୍ମକୁ ସୁନ୍ଦର ରଖିପାରିବା । ତେବେ ଚାଲନ୍ତୁ ଜାଣିବା କଞ୍ଚା କ୍ଷୀରରେ ବିଭିନ୍ନ ଘରୋଇ ଉପଚାର ବିଷୟରେ ଯାହା ଆମକୁ ସୁନ୍ଦର ଓ ଚମକପ୍ରଦ ତ୍ୱଚା ପ୍ରଦାନ କରିବ ।

  • ଏକ ପାତ୍ରରେ ୨ ରୁ ୩ ଚାମଚ କଞ୍ଚା କ୍ଷୀର ଗାଜର ରସ ଏବଂ ୧ ଛୋଟ ଚାମଚ ଦହି ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ମୁହଁ ଏବଂ ବେକରେ ପ୍ରାୟ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଏହାକୁ ସଫା ପାଣିରେ ଭଲଭାବରେ ଧୋଇ ଦିଅନ୍ତୁ । ଏହା ମୁହଁରେ ଦାଗ, ରିଙ୍କଲ୍, ଡାର୍କ ସର୍କଲ୍, ପିମ୍ପଲ୍ ଭଳି ସମସ୍ୟା ଦୂର କରିଥାଏ । ଡ୍ରାଏ ସ୍କିନ୍ ର ସମସ୍ୟା ଦୂର ହୋଇ ଚେହେରା ଚମକପୂର୍ଣ୍ଣ, ନରମ ହୋଇଥାଏ ।

କଞ୍ଚା କ୍ଷୀର ଏବଂ ହଳଦୀ:

  • ଏକ ପାତ୍ରରେ ୧ ଚାମଚ କଞ୍ଚା କ୍ଷୀର ସହିତ ୨ ଚାମଚ ହଳଦୀ ମିଶାନ୍ତୁ । ପ୍ରସ୍ତୁତ ପେଷ୍ଟକୁ ମୁହଁ ଏବଂ ବେକରେ ଲଗାଇ ୫-୭ ମିନିଟ୍ ପାଇଁ ମସାଜ୍ କରନ୍ତୁ । ପରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ । କଞ୍ଚା କ୍ଷୀର ଏକ କ୍ଲିଞ୍ଜର୍ ପରି କାମ କରିଥାଏ ଏବଂ ସ୍କିନକୁ ଭିତରୁ ସଫା କରିଥାଏ । ଏଥି ସହିତ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଏରଲ୍ ଆଦି ଗୁଣରେ ଭରପୁର ହଳଦୀ ଦାଗ, ଡାର୍କ ସର୍କଲ୍, ସନ୍ ଟ୍ୟାନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ବ୍ଲିଚିଂ ଏଜେଣ୍ଟ ଚର୍ମ ରଙ୍ଗକୁ ବଦଳାଇ ସୁନ୍ଦର, ଚମକଦାର ଏବଂ କୋମଳ ଚର୍ମ ପ୍ରଦାନ କରିଥାଏ ।

କଞ୍ଚା କ୍ଷୀର ଏବଂ ମହୁ:

  • ଏକ ପାତ୍ରରେ ୨ ଚାମଚ କଞ୍ଚା କ୍ଷୀର ସହିତ ୧ ଚାମଚ ମହୁ ମିଶାନ୍ତୁ । ପ୍ରସ୍ତୁତ ମିଶ୍ରଣକୁ ହାଲୁକା ଭାବରେ ମୁହଁ ଏବଂ ବେକରେ ମସାଜ କରନ୍ତୁ । ଏହାକୁ ୧୦-୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ । ଆପଣ ଏହାକୁ କେଶରେ ମଧ୍ୟ ଲଗାଇ ପାରିବେ । ଏହାକୁ ମୁହଁରେ ଲଗାଇଲେ ତ୍ୱଚାକୁ ପୋଷଣ ମିଳିଥାଏ । ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇ, ଚେହେରା ସଫା, ଉଜ୍ଜ୍ୱଳ ଏବଂ ନରମ ହୋଇଥାଏ । ଆହୁରି ମଧ୍ୟ ସନ୍ ଟ୍ୟାନ୍ ଦୂର କରିଥାଏ ।