• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆହତ କ୍ଷୀରୋଦଙ୍କ ପରିବାର ଅଭିଯୋଗ ଆଣିଛନ୍ତି

  • ୩ ଦିନ ବିତିଯାଇଥିଲେ ମଧ୍ୟ ଆହତଙ୍କୁ ବେଡ ମିଳିନାହିଁ କହିଲେ

ଏସସିବି ମେଡିକାଲରେ ପୁଣି ଚିକିତ୍ସା ଅବହେଳା ଅଭିଯୋଗ । ଦୁଷ୍ମନ୍ତ ଦାସ ବିବାଦ ଥମି ନ ଥିବା ବେଳେ ପୁଣି ଆଉ ଏକ ଅଭିଯୋଗ ସାମନାକୁ ଆସିଛି । ଗତ ୮ ତାରିଖରେ କନ୍ଦରପୁର ଥାନା ଅଞ୍ଚଳରେ ଗୁଳିକାଣ୍ଡ ଘଟଣାରେ ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ କ୍ଷୀରୋଦ ଚନ୍ଦ୍ର ସାହୁ । ହେଲେ ୩ ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏଁ ଆହତଙ୍କୁ ବେଡ ମିଳିନାହିଁ । ପରିବାର ଲୋକେ ବାରମ୍ବାର ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ପୋଲିସ ପକ୍ଷରୁ ମଧ୍ୟ କୋଣସି ସହଯୋଗ ମିଳୁନଥିବା କହିଛନ୍ତି ଆହତ କ୍ଷୀରୋଦଙ୍କ ଝିଅ । ଫୋନ୍ କରି ଥକିଗଲେଣି ସିନା କେହି ହେଲେ ଶୁଣୁନାହାନ୍ତି । ଡାକ୍ତର ୨୪ ଘଣ୍ଟା ପରେ ଆସିଲେ । ବାରମ୍ବାର କହିବା ସତ୍ତ୍ୱେ ଗୁଳି ବାହାର କରୁନାହାନ୍ତି ବୋଲି ସେ କହୁଛନ୍ତି । ତେବେ ଏ ସମ୍ପର୍କରେ ଏସସିବି ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ କ୍ଷୀରୋଦଙ୍କ ଚିକିତ୍ସା ଚାଲିଥିବା । ଗୁଳି ତାଙ୍କର କିଛି କ୍ଷତି କରିନାହିଁ । କୌଣସି ନର୍ଭ କିମ୍ବା ଭେସେଲସରେ ଅସୁବିଧା ନାହିଁ । ଯେଉଁ ହାଡ଼ ପାଖାପାଖି ଗୁଳି ବାଜିଛି, ସେ ସ୍ଥାନରେ ସାମାନ୍ୟ କ୍ରାକ୍ ଦେଖିବାକୁ ମିଳୁଛି । ତାଙ୍କର ଉପଯୁକ୍ତ ଚିକିତ୍ସା ଉପରେ ନିଶ୍ଚୟ ଧ୍ୟାନ ଦିଆଯିବ ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୮ ତାରିଖରେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବଞ୍ଚିଥିବା ବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର । ଗତବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସ୍‌ସିବିକୁ ଯାଇଥିଲେ । କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ସରକାରଙ୍କଠାରୁ ଏସ୍‌ସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା’ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି କୌଣସି ସହାୟତା ମିଳିନଥିଲା ।