• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମୁଣ୍ଡବିନ୍ଧାରୁ ମୁକ୍ତି ଦିଏ ଲେମ୍ବୁ ଓ କଫିର ମିଶ୍ରିତ ପାନୀୟ

ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଆମ ଶରୀରରେ ଅଧିକ କ୍ୟାଲୋରୀର ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ତେଣୁକରି କ୍ୟାଲୋରୀର ମାତ୍ରାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ସକାଳର ବ୍ୟାୟାମ ସହିତ କିଛିଟା ଡ୍ରିଙ୍କ୍ସ କିମ୍ବା ପାନୀୟ ଉପରେ ଧ୍ୟାନ ଦିଅନ୍ତୁ । ଏହି ପାନୀୟ ଆପଣଙ୍କ ଶରୀରର କ୍ୟାଲୋରୀକୁ ନଷ୍ଟ କରି ମେଟାବୋଲିଯିମକୁ ବଢ଼ାଇ ଓଜନକୁ ନିୟନ୍ତ୍ରଣ କରିବ । ଦୀର୍ଘ ଦିନର ଓଜନ ହ୍ରାସ ଧାରା ସହିତ ଆଉ ଏକ ଉପାୟ ହେଉଛି ଲେମ୍ବୁ ଓ କଫିର ମିଶ୍ରଣ । ଲେମ୍ବୁ ରସ ସହିତ କଫି ପିଇବା ଦ୍ୱାରା ଚର୍ବିକୁ ଶୀଘ୍ର ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ପାନୀୟ ମୁଣ୍ଡବିନ୍ଧା ଏବଂ ଡାଇରିଆରୁ ମୁକ୍ତି ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ...

Lemon and CofeeLemon and Cofee

 

  • ଓଜନ ହ୍ରାସ ଦୃଷ୍ଟିରୁ ଉଭୟ କଫି ଏବଂ ଲେମ୍ବୁ ଉପକାରୀ ବୋଲି ବିବେଚନା କରାଯାଏ । କଫି, ସାଧାରଣତଃ ପାନୀୟ ମଧ୍ୟରୁ ଅନ୍ୟତମ, ଏଥିରେ କଫିନ୍ ଥାଏ ଯାହା ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିପାରେ ।
  • ଏହା ସେଣ୍ଟ୍ରାଲ୍ ନର୍ଭସ ସିଷ୍ଟମକୁ ଉତ୍ତେଜିତ କରିପାରେ ଏବଂ ସଚେତନତା ଏବଂ ମନୋବଳ ବଢାଇଥାଏ । ଲେମ୍ବୁ ମଧ୍ୟ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ଯାହା ଫ୍ରୀ ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିକୁ ରୋକିପାରେ ।
  • ଉଭୟ ଲେମ୍ବୁ ଏବଂ କଫି ସ୍ୱାସ୍ଥ୍ୟକର । କଫିରେ ଲେମ୍ବୁ ମିଶାଇଲେ ଭୋକ କମିଯାଏ ଏବଂ ମେଟାବୋଲିଜିମ୍ ତ୍ୱରାନ୍ୱିତ ହୁଏ, କିନ୍ତୁ ଫ୍ୟାଟ୍ ବର୍ଣ୍ଣ ଟିକେ କଷ୍ଟକର ମନେହୁଏ ।
  • କୁହାଯାଏ ଲେମ୍ବୁ କଫି ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଏବଂ ହଜମକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ କ୍ୟାଫେନ୍‌ରେ ଭାସୋକନଷ୍ଟ୍ରିକ୍ଟର ପ୍ରଭାବ ରହିଛି ଯାହା ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ।
  • ବ୍ଲାକ୍ କଫିରେ କେବଳ ଲେମ୍ବୁ ରସ ମିଶାନ୍ତୁ ଖିରରେ ନୁହେଁ। ଖଟା ସ୍ୱାଦକୁ ବାଲାନ୍ସ କରିବା ପାଇଁ ଏଥିରେ ଟିକିଏ ଲୁଣ ମିଶାନ୍ତୁ କିନ୍ତୁ ଚିନି ଠାରୁ ଦୁରରେ ରୁହନ୍ତୁ।
  • ଗୋଟିଏ ଦିନରେ ଏକ କପରୁ ଅଧିକ ଲେମ୍ବୁ କଫି ପିଅନ୍ତୁ ନାହିଁ। ଏହା ସହିତ, ଆପଣ ଡାଏଟ୍ ଅନୁସରଣ କରିବା ଏବଂ ଓଜନ ହ୍ରାସ କରିବା ପାଇଁ ରୁଟିନ୍ ବ୍ୟାୟାମ କରିବା ଆବଶ୍ୟକ।