• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଓଜନ କମାଇବାରେ ସାହାଯ୍ୟ କରେ କଞ୍ଚାଲଙ୍କା

  • ଦୃଷ୍ଟିଶକ୍ତି ବଢାଏ କଞ୍ଚା ଲଙ୍କା

କଞ୍ଚାଲଙ୍କା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ । କଞ୍ଚାଲଙ୍କାରେ ରହିଥିବା ପୋଷକତତ୍ୱ ଗୁଡିକ ହେଲା ଭିଟାମିନ-ଏ ,ବି-୬ ,ସି ,ଆଇରନ ,କପର ,ପୋଟାସିୟମ ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କେରୋଟିନ ,ଆଣ୍ଟିଆକ୍ସିଡେଣ୍ଟ ଇତ୍ୟାଦି । ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇବା, ଓଜନ କମାଇବାରେ ସାହାଯ୍ୟ କରିଥାଏ ।  ତେବେ ଚାଲନ୍ତୁ ଜାଣିବା କଞ୍ଚାଲଙ୍କାର ଲାଭଦାୟକ ଗୁଣ ବିଷୟରେ... 

  • ରୋଗ ପ୍ରତିରୋଧକ ଶକ୍ତି ବଢାଏ କଞ୍ଚାଲଙ୍କା । କଞ୍ଚାଲଙ୍କାରୁ ଗୋଟିଏ ମହତ୍ୱ ପୂର୍ଣ୍ଣ ଲାଭ ମିଳିଥାଏ ଯେ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏକ ଗବେଷଣାରୁ ଜଣା ପଡିଛି ଯେ କଞ୍ଚାଲଙ୍କାରେ ଇମ୍ୟୁନଟି ସିଷ୍ଟମକୁ ବୁଷ୍ଟ କରିବାରେ କ୍ଷମତା ରହିଛି । କଞ୍ଚାଲଙ୍କାରେ ଭିଟାମିନ-ସି ସହିତ ଭିଟାମିନ-ଏ ରହିଥିବା ହେତୁ ପ୍ରତିରୋଧକ କ୍ଷମତା ସୁଦୃଢ ହୋଇଥାଏ ଓ ଶରୀରକୁ ବିଭିନ୍ନ ସଂକ୍ରମଣରୁ ଦୁରେଇ ରଖିଥାଏ ।
  • ରକ୍ତ ଚାପକୁ ନିୟନ୍ତ୍ରଣ କରେ କଞ୍ଚାଲଙ୍କା । ଉଚ୍ଚ ରକ୍ତଚାପ ଦ୍ୱାରା ଅଧିକାଂଶ ବ୍ୟକ୍ତି ସର୍ବଦା କଷ୍ଟ ପାଇଥାନ୍ତି । କଞ୍ଚାଲଙ୍କା ଉଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ l କଞ୍ଚାଲଙ୍କା ମଣିଷ ଶରୀରର କୋଷିକା ଗୁଡିକରେ ଲିପିଡ଼ କେଟlବଲିଯିମକୁ ବଢାଇବାରେ ସାହାଯ୍ୟ କରିଥାଏ ,ତେଣୁ କଞ୍ଚାଲଙ୍କା ଖାଇବା ଦ୍ୱାରା ଉଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ।
  • ଦୃଷ୍ଟିଶକ୍ତି ବଢାଏ କଞ୍ଚା ଲଙ୍କା । ଚକ୍ଷୁକୁ ସୁସ୍ଥ ରଖିବା ପାଇଁ ଭିଟାମିନ ଓ ବିଭିନ୍ନ ଖଣିଜ ତତ୍ତ୍ୱରେ ଭରପୁର ଖାଦ୍ୟପଦାର୍ଥ ସେବନ କରିବା ଆବଶ୍ୟକ । ଆଖି ପାଇଁ ଭିଟାମିନ-ଏ ,ଭିଟାମିନ-ସି ଓ ଭିଟାମିନ-ଇ ସହିତ ଆଣ୍ଟିଆକ୍ସିଡେଣ୍ଟ ଭାବରେ କଞ୍ଚାଲଙ୍କା କାମ କରିଥାଏ । କଞ୍ଚା ଲଙ୍କାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ ଯାହା ଆଖିର ସୁଖ୍ମ କୋଷିକା ଗୁଡିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କଞ୍ଚାଲଙ୍କାରେ ଏହି ସମସ୍ତ ପୋଷାକ ତତ୍ୱ ଭରିହୋଇ ରହିଛି ତେଣୁ କଞ୍ଚାଲଙ୍କା ଖାଇବା ସ୍ୱାସ୍ଥ୍ୟ ପକ୍ଷ ହିତକର ।
  • ଜୀବାଣୁ ସଂକ୍ରମଣରୁ ଦୁରେଇ ରଖେ କଞ୍ଚାଲଙ୍କା । କଞ୍ଚାଲଙ୍କାରେ ଭିଟାମିନ-ସି ଓ ଭିଟାମିନ-ଏ ଭଳି ଆଣ୍ଟିଆକ୍ସିଡେଣ୍ଟ ରହିଛି । ଯାହା ଶରୀରକୁ ଜୀବାଣୁ ସଂକ୍ରମଣ ପ୍ରଭାବରୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ । ଏକ ଗବେଷଣାରୁ ଜଣା ଯାଇଛି ଯେ କଞ୍ଚାଲଙ୍କାରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି ,ଯାହା ପେଟକୁ ଅଲସର ହେବାରୁ ଦୁରେଇ ରଖିଥାଏ । ଏହା ସହିତ କଞ୍ଚାଲଙ୍କା ଦୀର୍ଘ ସମୟ ଧରି ଖାଇବା ଦ୍ୱାରା ପେଟରେ କୃମି ହୋଇନଥାଏ ।
  • ଓଜନ କମାଇବାରେ ସାହାଯ୍ୟ କରେ କଞ୍ଚାଲଙ୍କା । କଞ୍ଚାଲଙ୍କାରେ ମେଟାବୋଲିଜ୍ମ ଅଧିକ ମାତ୍ରାରେ ରହିଥିବା କାରଣରୁ ଓଜନ ନିୟନ୍ତ୍ରଣ ପାଇଁ ସହାୟକ ହୋଇଥାଏ ।