• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ

  • କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ଉଭୟ ଓଜନ ବୃଦ୍ଧି ହୋଇଥାଏ

ସମସ୍ତେ ସ୍ୱାସ୍ଥ୍ୟ ପାଇଁ ବହୁତ ସଚେତନ । ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଠିକ୍ ଭାବେ ଡାଏଟ୍ ନେବା ଦରକାର । ବିଶେଷ କରି ଓଜନ କମାଇବା ପାଇଁ ପ୍ରତିଦିନ ଜଳଖିଆରେ କର୍ଣ୍ଣ୍ ଫ୍ଲେକ୍ସ ଖାଇବା ଦିନକୁ ଦିନ ବୃଦ୍ଧି ପାଇଛି । କର୍ଣ୍ଣ‌ ଫ୍ଲେକ୍ସ, ଆମ ଭାରତୀୟ ଡାଏଟରେ ଏକ ବଡ଼ ଖାଦ୍ୟ ଭାବେ ସାମିଲ କରାଯାଏ । ତେବେ ଏହାକୁ ଖାଇବା ଦ୍ୱାରା ଶରୀରର ବହୁ ଲାଭ ସହତ ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇପାରେ। ଆସନ୍ତୁ ଜାଣିବା ଏହା ବିଷୟରେ ।

  • ଦୈନିକ କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢିଥାଏ କାରଣ ଏଥିରେ ଅଧିକ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥାଏ  ।
  • ଉନ୍ନତ ସ୍ୱାସ୍ଥ୍ୟ ଏବଂ ଓଜନ ହ୍ରାସ ପାଇଁ ଯଦିଓ ଆପଣ ମକା ଫ୍ଲେକ୍ସ ଖାଉଛନ୍ତି ତାହାଲେଏଥିରେ ନୟୁଟ୍ରେସନ୍ ଭ୍ୟାଲୁ ଜିରୋ ହୋଇଥାଏ । ପ୍ରତିଦିନ ଅଧିକ କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ଆପଣଙ୍କ ଓଜନ କମିବା ପରିବର୍ତ୍ତେ ବଢିପାରେ । କାରଣ ଏହାର ବ୍ୟବହାର ହେତୁ ଖାଲି କ୍ୟାଲୋରୀ ଶରୀରକୁ ଯାଇଥାଏ ।
  • କର୍ଣ୍ଣଫ୍ଲେକ୍ସରେ ଅଧିକ କ୍ୟାଲୋରୀ ରହିଥାଏ । କର୍ଣ୍ଣ ଫ୍ଲେକ୍ସ ପ୍ରତିଦିନ ଖାଇଲେ ଏହା ଶରୀରର ଓଜନକୁ ବୃଦ୍ଧି କରାଇଥାଏ ।
  • ବାସ୍ତବରେ, ଗୋଟିଏ କପ୍ କର୍ଣ୍ଣ ଫ୍ଲେକ୍ସରେ ପ୍ରାୟ ୧୦୧ କ୍ୟାଲୋରୀ, ୨୪ ଗ୍ରାମ କାର୍ବୋହାଇଡ୍ରେଟ୍ ଏବଂ ୨୬୬ ମିଲିଗ୍ରାମ ସୋଡିୟମ୍ ଥାଏ । ଏହା ସହିତ କର୍ଣ୍ଣ ସିରପ୍ ଏବଂ ବନସ୍ପତି ତେଲ ପରି ଅନେକ ଉପାଦାନ ମଧ୍ୟ ଏଥିରେ ମିଶ୍ରିତ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ଉପକାର କରିବା ପରିବର୍ତ୍ତେ କ୍ଷତି କରିଥାଏ ।
  • କର୍ଣ୍ଣ ଫ୍ଲେକ୍ସ ଖାଇବା ଦ୍ୱାରା ଉଭୟ ଓଜନ ଏବଂ ରକ୍ତ ଶର୍କରା ବୃଦ୍ଧି ହେବାର ଆଶଙ୍କା ରହିଥାଏ  । ବାସ୍ତବରେ, ମକା ଫ୍ଲେକ୍ସ ଗୁଡିକ ଯେତିକି ସ୍ୱାଦିଷ୍ଟ ଲାଗିଥାଏ ତାହା ହୋଇନଥାଏ । ଏଥିରେ ହନି ବା ଅଲଗା ଫ୍ଲେବରର ମସଲା ମଧ୍ୟ ମିଶା ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ଅଟେ  ।