• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଲେମ୍ବୁ ଚା

  • ଲେମ୍ବୁ ଚା ହାର୍ଟ ପାଇଁ ଖୁବ ହିତକର

ସ୍ୱାସ୍ଥ୍ୟ ପାଇଁ ଲେମନ ଟି ଲାଭଦାୟକ ଅଟେ । ଲେମନ ଟି ଆପଣଙ୍କୁ ସୁସ୍ଥ ରଖିବା ସହିତ ଶରୀରକୁ ଦେଇଥାଏ ଅଦ୍ଭୁତ ଲାଭ । ଲେମନ ଟି ଅର୍ଥାତ ଲେମ୍ବୁ ଚା ସବୁ ଭାରତୀୟ ମାନଙ୍କର ଗୋଟିଏ ପ୍ରିୟ ପାନୀୟ । ଲେମନ ଟିରେ ଅଣ୍ଟିବ୍ୟାକ୍ଟେରିଆଲ ପ୍ରପର୍ଟିଜ ରହିଛି । ଯାହା ଆମକୁ ସଂକ୍ରମଣ ଠାରୁ ରକ୍ଷା କରିଥାଏ । ଲେମ୍ବୁ ଚା କୁ ସେବନ କରିବା ଦ୍ୱାରା ଗଳାର ଯନ୍ତ୍ରଣା ଦୂର ହୋଇଥାଏ 

  • ବର୍ତ୍ତମାନ ଏହି କରୋନା ସମୟରେ ଶରୀରରେ ଇମ୍ୟୁନିଟିର ଖୁବ ଆବଶ୍ୟକ ରହିଛି । ସେଥିପାଇଁ ଲେମ୍ବୁ ଚା ଗୋଟିଏ ଭଲ ମାଧ୍ୟମ ଅଟେ । ଲେମ୍ବୁରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି । ଆପଣ ନିଜର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଲେମ୍ବୁ ଚା ପିଅନ୍ତୁ ।
  • ଲେମ୍ବୁ ଚା ହାର୍ଟ ପାଇଁ ଖୁବ ହିତକର l କାରଣ ଏଥିରେ ଫ୍ଲେବୋନଏଡ ନାମକ ତତ୍ୱ ରହିଛି ,ଯାହା ଧମନୀ ଗୁଡିକୁ ସୁସ୍ଥ ରଖିଥାଏ। ଏହାଦ୍ୱାରା ହୃଦଘାତ ସମସ୍ୟା ଠାରୁ ମଧ୍ୟ ଦୁରେଇ ରଖିଥାଏ । ପ୍ରତିଦିନ ଲେମ୍ବୁ ଚା ପିଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ ।
  • ଲେମନଟିରେ ଅନେକ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଛି । ଏହା ସହିତ ଏଥିରେ ପୋଲି ଫେନଲ ଓ ଭିଟାମିନ-ସି ରହିଛି ,ଯେଉଁ କାରଣରୁ ଏହା ଶରୀରରେ କ୍ୟାନ୍ସର ସେଲ୍ ସୃଷ୍ଟି ହେବାକୁ ଅଟକାଇ ଥାଏ ।
  • NCBI ର ଗୋଟିଏ ଗବେଷଣା ଦ୍ୱାରା ଲେମ୍ବୁରେ ଶରୀରକୁ ଡିଟକ୍ସ କରିବାର ଗୁଣ ରହିଛି । ତା ସହିତ ଏହାକୁ ଲୋ କ୍ୟାଲୋରୀ ଯୁକ୍ତ ବୋଲି ଗ୍ରହଣ କରାଯାଇଛି । ତେଣୁ ଲେମନ ଟି ଓଜନ ନିୟନ୍ତ୍ରଣ କରିଥାଏ ।
  • ପାଚନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଲେମ୍ବୁ ଚା l ଏହାକୁ ନିୟମିତ ପିଇବା ଦ୍ୱାରା ପାଚନ ତନ୍ତ୍ର ମଜବୁତ ହୋଇଥାଏ । ପ୍ରତିଦିନ ଲେମ୍ବୁ ଚା ପିଇବା ଦ୍ୱାରା ଗ୍ୟାସ ଓ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର ହେବ ।
  • ଲେମ୍ବୁ ଚା ରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଶରୀରରେ ମୃତ ଚର୍ମ କୋଷଗୁଡ଼ିକୁ ବାହାର କରି ଚେହେରାକୁ ସଜୀବ କରିବା ପାଇଁ କାର୍ଯ୍ୟ କରିଥାଏ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି, ଯାହା ବ୍ରଣ, ପିମ୍ପଲ୍ ଏବଂ ଏକଜିମାକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିଥାଏ ।