• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ  ଘରେ ବନାନ୍ତୁ ପେଡ଼ା

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଆଉ ଏହି ପର୍ବପର୍ବାଣୀରେ ମିଠା ଓ ପିଠାର ଆସର ପାଇଁ ଭଳିକି ଭଳି ରେସିପି ତିଆରି କରାଯାଇଥାଏ । ଏହି ରାକ୍ଷୀ ପୂର୍ଣ୍ଣିମାରେ ଘରେ ଆପଣ ଅଳ୍ପ ଖର୍ଚ୍ଚରେ ମିଠା ବନେଇ ପାରିବେ । ଆଜି ଆମେ ମିଠାର ଏକ ସହଜ ଓ ସରଳ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ମିଠା ରେସିପିର ନା ହେଉଛି ‘ପେଡ଼ା’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ  ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ପେଡ଼ା ବନେଇବା ପାଇଁ ସାମଗ୍ରୀ:

କ୍ଷୀର ୨ ଲିଟର, କେଶର, ଚିନି ୨ ବଡ କପ୍ , ସାଇଟ୍ରିକ ଏସିଡ୍, କର୍ନଫ୍ଲୋର୍, ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଓ ପିସ୍ତା।

-ପ୍ରଥମେ ଚୁଲିରେ କଡେଇ ବସାଇ କ୍ଷୀରକୁ ଫୁଟାନ୍ତୁ ।

-କ୍ଷୀର ଫୁଟି ଅଧା ହୋଇଗଲା ପରେ ଏଥିରେ କେଶର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ।

-ଏବେ ଅଳ୍ପ ପାଣିରେ ସାଇଟ୍ରିକ ଏସିଡ୍‌ ମିଶାଇ କ୍ଷୀରରେ ଭଲଭାବେ ଗୋଳାଇ ଦିଅନ୍ତୁ ।

-ଏହାପରେ ଏଥିରେ କର୍ନଫ୍ଲୋର୍ ମିଶାଇ ବହଳିଆ ହେବା ଯାଏ ଗୋଳାନ୍ତୁ ଓ ଏହି ମିଶ୍ରଣ କିଛି ସମୟ ଯାଏଁ ଫୁଟାନ୍ତୁ ।

-ମିଶ୍ରଣ ଫୁଟିଯିବା ପରେ ଏଥିରେ ଚିନି ଓ ଗୁଜୁରାତି ମିଶାଇ ଅଳ୍ପ ସମୟ ଫୁଟାନ୍ତୁ ।

-ଏହାପରେ ଚୁଲିରୁ ଏକ ପାତ୍ରକୁ ଓହ୍ଲାଇ ମିଶ୍ରଣକୁ ଥଣ୍ଡା ହେବାକୁ ରଖି ଦିଅନ୍ତୁ ।

-ଏବେ ଏହି ମିଶ୍ରଣରୁ ଗୋଲ ଗୋଲ କରି ପେଡ଼ାର ଗୋଲ ଗୋଲ ଆକୃତି ଦେବା ଲାଗି ଦୁଇ ହାତରେ ଟିକେ ଚେପଟା କରି ଦିଅନ୍ତୁ । 

-ଏବେ ଏହା ଉପରେ ଆଲମଣ୍ଡ ଓ ପିସ୍ତା ପକାଇ ସଜାଇ ଦିଅନ୍ତୁ।

ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କ ସ୍ୱଦିଷ୍ଟ ପେଡ଼ା । ଏହି ରାକ୍ଷୀରେ ପେଡ଼ା ତିଆରି କରି ନିଜେ ଖାଆନ୍ତୁ ଓ ଆପଣଙ୍କ ଘର ଲୋକଙ୍କ ପାଇଁ ପରଷନ୍ତୁ ।