• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ଶେଜୱାନ୍‌ ଚିଙ୍ଗୁଡ଼ି'

ଘରେ ଘରେ ଚିଙ୍ଗଡିକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ଚିଙ୍ଗୁଡିରେରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ରେଷ୍ଟୁରାଣ୍ଟ ଷ୍ଚାଇଲରେ ଚିଙ୍ଗୁଡିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ଶେଜୱାନ୍‌ ଚିଙ୍ଗୁଡ଼ି’ । ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

‘ଶେଜୱାନ୍‌ ଚିଙ୍ଗୁଡ଼ି’ ବନେଇବା ପାଇଁ ସାମଗ୍ରୀ

ଚିଙ୍ଗୁଡ଼ି, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଫ୍ଲୋର, ଅଣ୍ଡା,-୧ ରିଫାଇନ ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର, ଗୋଲମରିଚ ଓ ସ୍ୱାଦନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପାତ୍ରରେ ଚିଙ୍ଗୁଡ଼ିକୁ ଧୋଇ ତାହାର ଚୋପାକୁ ଭଲ ଭାବେ ଛଡାଇ ଦିଅନ୍ତୁ ।
  • ଏହାପରେ ଚିଙ୍ଗୁଡ଼ିରେ ଅଦା-ରସୁଣ ପେଷ୍ଟ, କର୍ଣ୍ଣଫ୍ଲୋର,ଅଣ୍ଡା ଲୁଣ,ଧଳା ଗୋଲମରିଚ ଗୁଣ୍ଡ, ସୋୟା ସସ୍‌, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହି ମିଶ୍ରଣକୁ ଅଧଘଣ୍ଟା ଯାଏ ମାରିନେଟ୍‌ କରିବା ପାଇଁ ରଖି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ସେଥିରେ ତେଲ ଗରମ କରନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଏଥିରେ ମାରିନେଟ୍‌ ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାନ୍ତୁ ।
  • ଚିଙ୍ଗୁଡ଼ିକୁ ଭଲଭାବେ ଛାଣି ଏକ ପାତ୍ରରେ ରଖନ୍ତୁ ।
  • ଚୁଲିରେ ଆଉ ଏକ କଡେଇରେ ଅଳ୍ପ ତେଲ ଗରମ କରି ସେଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ କିଛି ସମୟ ଯାଏ ଭାଜନ୍ତୁ।
  • ଏହାପରେ ସେଥିରେ କଟା ପଆଜକୁ ପକାଇ ଭାଜନ୍ତୁ। ପିଆଜ ଭଲଭାବେ ଭାଜି ହୋଇଗଲା ପରେ ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ ୫ ମିନିଟ୍‌ ଭାଜନ୍ତୁ ।
  • ଏହାପରେ ସେଥିରେ ଶେଜୱାନ ସସ୍‌, ସୋୟା ସସ୍‌, ଭିନେଗାର, ଅଳ୍ପ ଚିନି, ସ୍ୱାଦନୁସାରେ ଲୁଣ, ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ।
  • ଏହାପରେ ଅଳ୍ପ ପାଣି ଦେଇ କିଛି ସମୟ ଏହାକୁ ଫୁଟାନ୍ତୁ । ଅନ୍ୟ ଏକ ପାତ୍ରରେ ଅଳ୍ପ କର୍ଣ୍ଣଫ୍ଲୋର ଓ ପାଣି ମିଶାଇ କଡେଇରେ ଢାଳି ଗୋଳାନ୍ତୁ ।
  • ଏହାପରେ ଆଗରୁ ଛଣା ହୋଇଥିବା ଚିଙ୍ଗୁଡ଼ିକୁ ଏଥିରେ ପକାଇ ଗୋଳାଇ ଦିଅନ୍ତୁ ଓ ଅଳ୍ପ ଆଞ୍ଚରେ ୫ରୁ ୭ ମିନିଟ୍‌ ଯାଏ ସିଝିବାକୁ ଛାଡ଼ି ଦିଅନ୍ତୁ।
  • ଏହାପରେ ଚୁଲିକୁ ବନ୍ଦ କରି ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ‘ଶେଜୱାନ୍‌ ଚିଙ୍ଗୁଡ଼ି’ । ଏହି ରେସିପିଟିକୁ ରୁଟି କିମ୍ବା ଫ୍ରାଏଡ ରାଇସ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।