• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ମଟନ୍ ବେସର'

ଘରେ ଆମେ ମଟନର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

ମଟନ୍ ବେସର ବନେଇବା ପାଇଁ ସାମଗ୍ରୀ:

ମଟନ-୫୦୦ ଗ୍ରାମ୍,କଟା ଟମାଟୋ,କଟା ପିଆଜ,ସୋରିଷ,ଜିରା,ରସୁଣ,ଧନିଆ ପତ୍ର,ସୋରିଷ ତେଲ ଓ ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ମଟନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ ।
  • ଏହାପରେ ସୋରିଷ,ଜିରା ଓ ରସୁଣକୁ ଭଲଭାବେ ବାଟି ବେସର ମସଲା ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଧୁଆହୋଇ ରହିଥିବା ମଟନରେ ସୋରିଷ,ଜିରା,ରସୁଣରେ ପ୍ରସ୍ତୁତ ମସଲା ଓ ଅଳ୍ପ ତେଲ ପକାଇ ଗୋଳାଇ ରଖନ୍ତୁ ।
  •  ମଟନ୍ ଓ ମସଲାକୁ ଭଲଭାବେ ଗୋଳାଇ ଏକ ପାତ୍ରରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ରଖନ୍ତୁ ।
  • ଏହାପରେ ଚୁଲିରେ କଡେଇ ବସାଇ ସେଥିରେ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜକୁ ପକାନ୍ତୁ ।
  • ପିଆଜ ଭାଜି ହୋଇ ଅଳ୍ପ ଲାଲ୍ ହୋଇଗଲା ପରେ ସେଥିରେ ଆଗରୁ ରଖାଯାଇଥିବା ମଟନ୍ ଓ ମସଲାର ମିଶ୍ରଣକୁ ପକାନ୍ତୁ ।
  • ଏହାପରେ ମଟନ୍ ଓ ମସଲାକୁ କିଛି ସମୟ ଭଲଭାବେ କଷି ସେଥିରେ ଅଳ୍ପ ପାଣି ଦିଅନ୍ତୁ । ମନେରଖନ୍ତୁ ଏଥିରେ ଅଳ୍ପ ପାଣି ଦେବେ । ଯାହା ଦ୍ୱାରା ଏହାର ଝୋଳ ବହଳିଆ ରହିବ ।
  • ମଟନ୍ ସିଝିବା ପାଇଁ ଏହାକୁ କିଛି ସମୟ ଘୋଡାଇ ଦିଅନ୍ତୁ ।
  • ଏହାପରେ ଘୋଡଣୀ କାଢି କଡେଇରେ କଟା ଟମାଟୋ ପକାନ୍ତୁ ।
  • ଏହାପରେ ଟମାଟୋ ଓ ମଟନକୁ ଭଲ ଭାବେ ଗୋଳାଇ ଢାଙ୍କୁଣୀକୁ ଦେଇ ଦିଅନ୍ତୁ ।
  • ମଝିରେ ମଝିରେ ଘୋଡ଼ଣୀ କାଢି ମଟନ୍ ସିଝିଛି କି ନାହିଁ ଦେଖୁଥାନ୍ତୁ ।
  • ମଟନ୍ ସିଝିଯିବା ପରେ ଚୁଲିକୁ ବନ୍ଦ କରି ଧନିଆ ପତ୍ର ପକାଇ ଏକ ପାତ୍ରରେ ରଖନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମଟନ୍ ବେସର । ଏହି ରେସିପିଟିକୁ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।