• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ କମ୍ ଖର୍ଚ୍ଚରେ ବନାନ୍ତୁ 'ମୁଗଲାଇ ପରଟା'

ଘରେ ଆମେ ବିଭିନ୍ନ ପ୍ରକାରର ପରଟା ପ୍ରସ୍ତୁତ କରି ଖାଇଥାଉ । କେବେ ଆପଣ ମୁଗଲାଇ ପରଟା ଖାଇଛନ୍ତି କି? ଆଜି ଆମେ ଆପଣଙ୍କ ପାଇଁ ପରଟାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମୁଗଲାଇ ପରଟା’ । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ମୁଗଲାଇ ପରଟା’ ବନେଇବା ପାଇଁ ସାମଗ୍ରୀ:

ମଇଦା-୨ କପ୍, ବ୍ରେଡ୍‌ କ୍ରମ୍‌, ପନିର,ସିଝା ଆଳୁ, କଟା ଫୁଲକୋବି, କଟା କ୍ୟାପସିକମ୍‌,କଟା ଗାଜର, ବାଦାମ ଓ ଟମାଟୋ, ରିଫାଇନ୍‌ ତେଲ, ପିଆଜ, ରସୁଣ, ଅଦା, କଞ୍ଚାଲଙ୍କା, ହଳଦି, ଜିରା ଗୁଣ୍ଡ, ଧନିଆ ପାଉଡର, ଲଙ୍କା ଗୁଣ୍ଡ,ଚିନି ଓ ସ୍ୱାଦୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପରଟା ବନେଇବା ପାଇଁ ପ୍ରଥମେ ଏହାର ଚକଟା ବନାଇବା ।
  • ଏହିପାଇଁ ୨ କପ୍ ମଇଦାରେ ଏକ ଚାମଚ ରିଫାଇନ୍‌ ତେଲ, କିଛି ଲୁଣ ଓ ଚିନିକୁ ଭଲ ଭାବେ ମିଶାଇ ଦିଅନ୍ତୁ ।
  • ଏହାପରେ ଅଳ୍ପ ଉଷୁମ ପାଣିରେ ଏହାକୁ ଗୋଳେଇ ଚକଟନ୍ତୁ ।
  • ଏହାକୁ ଭଲଭାବେ ଚକଟି ଗୁଳା ପ୍ରସ୍ତୁତ କରି ଦିଅନ୍ତୁ ।
  • ଏହାପରେ ଏହାକୁ ଏକ ଓଦା ସଫା କପଡାରେ ଗୁଡାଇ କିଛି ସମୟ ରଖି ଦିଅନ୍ତୁ ।
  • ଏହାପରେ ପରଟାର ମସଲ ପ୍ରସ୍ତୁତ କରିବା ।
  •  ଚୁଲିରେ କଡ଼େଇ ବସାଇ ଅଳ୍ପ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ ଜିରା ପକାନ୍ତୁ।
  • ଏହାପରେ ବାଦାମକୁ ପକାନ୍ତୁ। ଏହାପରେ ସେଥିରେ ଅଦା, ରସୁଣ ଛେଚା ପକାଇ ଭଳ ଭାବେ ଭାଜନ୍ତୁ ।
  • ଏହାପରେ ଏଥିରେ କଟା ପିଆଜ, କଟା ଗାଜର, କଟା ଫୁଲକୋବି, କଟା କ୍ୟାପସିକମ,କଟା ଟମାଟୋ, କଟା କଞ୍ଚାଲଙ୍କା ପକାନ୍ତୁ ।
  • ଏହାପରେ ସେଥିରେ ଲୁଣ, ହଳଦି, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଅଧା ଚାମଚ ଲଙ୍କା ଗୁଣ୍ଡ ପକାଇ ଭାଜନ୍ତୁ ।
  • ଏହାପରେ ୨ଟି ସିଝା ଆଳୁକୁ ଚକଟି ଏଥିରେ ପକାଇ ଦିଅନ୍ତୁ ।
  • କିଛି ସମୟ ପରେ ବ୍ରେଡ କ୍ରମ୍‌ ପକାନ୍ତୁ । ଏହାକୁ ଅଳ୍ପ ସମୟ ଭାଜିବା ପରେ ପନିରକୁ ପକାନ୍ତୁ।
  • ଏହାକୁ କିଛି ସମୟ ଭାଜିବା ପରେ ଚୁଲିକୁ ବନ୍ଦ କରି ମିଶ୍ରଣ ମସଲାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।
  • ଏହାପରେ ଆଗରୁ ଚକଟା ହୋଇଥିବା ମଇଦା ଗୁଳାକୁ ରୁଟି ଆକାରରେ ବେଲନ୍ତୁ ।
  • ବେଲିବା ପରେ ଗୁଳା ମଝିରେ ମସଲାକୁ ଦିଅନ୍ତୁ ।
  • ଏହାପରେ କଟା ପିଆଜ, କଟା କଞ୍ଚାଲଙ୍କା ଏହା ଉପରେ ପକାନ୍ତୁ ।
  • ଏହାପରେ ଚାରି ପାଖକୁ ଭଲ ଭାବେ ଫୋଲ୍ଡ କରି ଦିଅନ୍ତୁ ଯେପରି ମସଲା ବାହାରକୁ ନଆସିବ।
  • ଏହାପରେ ଏକ ତାୱାରେ ତେଲ ଗରମ କରି ପରଟାର ୨ ପଟକୁକୁ ଭଲଭାବେ ସେକନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି ଏକ ପ୍ଲେଟକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମୁଗଲାଇ ପରଟା’ । ପରଟାକୁ ଏକ ପ୍ଲେଟରେ ରଖି ପରଟାକୁ କାଟି ମଝିରେ ସସ୍ କିମ୍ବା ଚଟଣୀ ଦେଇ ଗରମ ଗରମ ଖାଆନ୍ତୁ ।