• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ ‘ପନିର କୁଲ୍‌ଚା’

ସାଧାରଣତଃ ନିରାମିଷରେ ପନିରରେ ତିଆରି ରେସିପି ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘରେ ଆମେ ପନିରରେ ବିଭିନ୍ନ ପ୍ରକାରର ରେସିପି ତିଆରି କରିଥାଉ । ଆଜି ଆମେ ପନିରରେ ଏକ ନୂଆ ରେସିପି ବିଷୟରେ ଜଣେଇବୁ । ଏହି ରେସିପିର ନାଁ ହେଉଛି ‘ପନିର କୁଲ୍‌ଚା’। ଏହି ରେସିପିଟି ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ପନିର କୁଲ୍‌ଚା’ ବନେଇବା ପାଇଁ ସାମଗ୍ରୀ:

ମଇଦାରେ ତିଆରି ପ୍ଲେନ୍ କୁଲ୍‌ଚା, ଗ୍ରେଟେଡ୍ ପନିର ,ଘିଅ,ସୋରିଷ ତେଲ, କଟା କ୍ୟାପ୍‌ସିକମ୍‌, କଟା ପିଆଜ,କଟା କଞ୍ଚା ଲଙ୍କା, ଛୋଟ ଛୋଟ କଟା ହୋଇଥିବା ଟମାଟୋ,ଚାଟ୍ ମସଲା,ଆମଚୁର ପାଉଡର, ଗୋଲମରିଚ ଗୁଣ୍ଡ,ଜିରା,ଟମାଟୋ ସସ୍, ପୁଦିନା ଓ ଧନିଆ ଚଟଣୀ,ସ୍ୱାଦନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ଏଥିରେ ସୋରିଷ ପକାଇ ଫୁଟାନ୍ତୁ ।
  • ଏହାପରେ ସେଥିରେ କଟା କ୍ୟାପ୍‌ସିକମ୍‌,କଟା ପିଆଜ, ଟମାଟୋ, କଟା କଞ୍ଚା ଲଙ୍କା, କଟା ଅଦା ଓ ଲୁଣ ପକାଇ ଅଳ୍ପ ସମୟ ଭାଜନ୍ତୁ ।
  • ଏହାପରେ ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ।
  • ଏହାପରେ ଘୋଡ଼ଣୀ ଦେଇ ସବୁ ପରିବାକୁ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ ।
  • ପରିବା ହାଲ୍‌କା ସିଝିଯିବା ପରେ କଡ଼େଇକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଏହିସବୁ ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
  • ଥଣ୍ଡା ହେବା ପରେ ଏହି ମିଶ୍ରଣରେ ଗ୍ରେଟେଡ୍‌ ପନୀର, ଚାଟ୍‌ ମସଲା, ଟମାଟୋ ସସ୍, ଆମଚୁର ପାଉଡର, ଧନିଆ ପତ୍ର ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
  • ଏହାପରେ ପ୍ଲେନ୍‌ କୁଲ୍‌ଚାର ଗୋଟିଏ ପଟରେ ପନୀର ମିଶ୍ରଣକୁ ପୂର ଭାବେ ଦେଇ ଚାରି ଆଡ଼କୁ ଖେଳାଇ ଦଅନ୍ତୁ ଓ ଏହା ଉପରେ ଆଉ ଏକ କୁଲ୍‌ଚା ରଖନ୍ତୁ ।
  • ଏହାପରେ କୁଲ୍‌ଚାର ୨ ପାର୍ଶ୍ୱରେ ହାଲୁକା ଘିଅ ଲଗାଇ ଦିଅନ୍ତୁ ।
  • କୁଲ୍‌ଚାର ୨ ପଟ ଅଳ୍ପ ଲାଲ୍ ହେବା ପର୍ଯ୍ୟନ୍ତ ଏହାକୁ ସେକନ୍ତୁ ।
  • ଏହାପରେ ଚୁଲିକୁ ବନ୍ଦ କରି କୁଲ୍‌ଚାକୁ ଏକ ପାତ୍ରକୁ କାଢି ଦିଅନ୍ତୁ ।
  • କୁଲ୍‌ଚାକୁ ୪ ଫାଳ କରି କାଟି ସେଥିରେ ଧନିଆ ଓ ପୁଦିନା ଚଟଣୀ ପକାଇ ଟମାଟୋ ସସ୍ ପକାଇ ପରଷନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ପନୀର କୁଲ୍‌ଚା’ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।