• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଏବେ ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ ଆମ ଘର ମାନଙ୍କରେ ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କୁ ପନିର ଏକ ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ପନିର୍‌ ପଲାଉ’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘ପନିର୍‌ ପଲାଉ’ ବନେଇବା ପାଇଁ ସାମଗ୍ରୀ:

ପନିର୍‌, ବାସୁମତୀ ଚାଉଳ, ପିଆଜ ଓ ରସୁଣ ପେଷ୍ଟ, କଟା ପିଆଜ, ଅଳେଇଚ, ଗୋଲମରିଚ, ତେଜ ପତ୍ର, ଲଙ୍କା ଗୁଣ୍ଡ, କଟା ଟମାଟୋ, ଡାଲଚିନି, ଜିରା, ଲୁଣ ଓ ତେଲ ।

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ବାସୁମତୀ ଚାଉଳକୁ ଭଲଭାବେ ଧୋଇ ଦିଅନ୍ତୁ
  • ଚାଉଳକୁ ଭଲ ଭାବେ ଧୋଇ ଅଧଘଣ୍ଟା ଯାଏ ପାଣିରେ ବତୁରାଇ ଏକ ପାତ୍ରରେ ରଖି ଦିଅନ୍ତୁ।
  • ଏହାପରେ ପନିର୍‌କୁ ସମାନ ଆକାରରେ କାଟି ଦିଅନ୍ତୁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ତେଲ ପକାନ୍ତୁ ।
  • କଡ଼େଇଇରେ ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାନ୍ତୁ ।
  • ଏହାପରେ ସେଥିରେ ରସୁଣ ପେଷ୍ଟକୁ ପକାଇ ଭଲ ଭାବରେ କଷନ୍ତୁ ।
  • ଏହାପରେ ସେଥିରେ କଟା ଟମାଟୋ, ଲଙ୍କା ଗୁଣ୍ଡ, ପନିର୍‌ ଏବଂ ସ୍ୱାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ ।
  • ପନିର୍‌ ଭାଜି ଗଲାପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
  • ଚୁଲିରେ ଆଉ ଏକ କଡ଼େଇ ବସାଇ ଅଳ୍ପ ତେଲ ପକାନ୍ତୁ ।
  • ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ଓ ମସଲା ପେଷ୍ଟ ଦେଇ ଭଲଭାବେ କଷନ୍ତୁ।
  • ଏବେ ସେଥିରେ ଆଗରୁ ରଖାଯାଇଥିବା ଚାଉଳକୁ ଛାଣି ପକାଇ ଦିଅନ୍ତୁ।
  • ଏହାକୁ ଅଳ୍ପ ଭାଜି ସେଥିରେ ୩ କପ୍‌ ପାଣି ଦିଅନ୍ତୁ ।