• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'କାଜୁ ବର୍ଫି'

ପବିତ୍ର ଦଶହରାରେ ଘରେ ଘରେ ମାଆଙ୍କ ନିକଟରେ ଭୋଗ ଲଗାଇବା ପାଇଁ ପ୍ରସ୍ତୁତ କରାଯାଏ ବିଭିନ୍ନ ଭୋଗ । ଘରେ ଆମେ ମିଠାର ଭୋଗ ଲାଗାଇ ମାଆଙ୍କୁ ଅର୍ପଣ କରିପାରିବା । ଆଜି ଆମେ ମିଠାର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କାଜୁ ବର୍ଫି’ । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

‘କାଜୁ ବର୍ଫି’ ବନେଇବା ପାଇଁ ସାମଗ୍ରୀ:

କାଜୁ, ଗୁଆ ଘିଅ, ଚିନି, ଗୁଜୁରାତି ଗୁଣ୍ଡ ଓ କଟା ଆଲମଣ୍ଡ

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ କାଜୁ ନିଅନ୍ତୁ ,ଏହାକୁ ଗ୍ରାଇଣ୍ଡିଂ ଜାର୍ ରେ ରଖି ଗୁଣ୍ଡ କରି ଦିଅନ୍ତୁ ।
  • କାଜୁକୁ ମଧ୍ୟମ ଧରଣର ଗୁଣ୍ଡ କରନ୍ତୁ । ମନେରଖନ୍ତୁ କାଜୁକୁ ମଧ୍ୟମ ଧରଣର ଗୁଣ୍ଡ କରିବେ,ପୁରା ଗୁଣ୍ଡ କରିବେ ନାହିଁ ।
  • ଏହାପରେ ଚୁଲିରେ କଡ଼େଇ ବସାଇ ୨ ବଡ଼ କପ୍ ପାଣି ଦିଅନ୍ତୁ ।
  • ଏହାପରେ ସେଥିରେ ଚିନି ପକାଇ ମଧ୍ୟମ ଆଞ୍ଚରେ ଏହାକୁ ଫୁଟାନ୍ତୁ ।
  • ଚିନି ପାଣିରେ ମିଳେଇଯିବା ପର୍ଯ୍ୟନ୍ତ ଏକ ଚାମଚରେ ଏହାକୁ ଲଗାତାର ଭାବେ ଗୋଳାନ୍ତୁ ।
  • ଚିନି ଓ ପାଣି ମିଶ୍ରଣ ଅଳ୍ପ ବହଳିଆ ହୋଇ ଆସିଲେ, ସେଥିରେ କାଜୁ ଗୁଣ୍ଡ ଓ ଗୁଜୁରାତି ଗୁଣ୍ଡକୁ ପକାନ୍ତୁ ।
  • ଏହାପରେ ଚିନି ଓ ପାଣି ମିଶ୍ରଣକୁ ଭଲ ଭାବେ ଗୋଳାଇ ଲଗାତାର ଚଲାନ୍ତୁ ।
  • ଏହାପରେ ଏହି ମିଶ୍ରଣ ବହଳିଆ ହୋଇ ଏହାର ଏକ ଶୁଖିଲା ଯନ୍ତୁଣି ହେବା ପର୍ଯ୍ୟନ୍ତ ଏହାକୁ ଲଗାତାର ଚଲାନ୍ତୁ ।
  • ଏହାପରେ ଏହାକୁ ଚୁଲିକୁ ବନ୍ଦ କରି ଏହାକୁ ଓହ୍ଲାଇ ଦିଅନ୍ତୁ ।
  • ଏହାପରେ ଏହି ଯନ୍ତୁଣୀକୁ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ।
  • ଏହାପରେ ଏକ ଥାଳିରେ କିଛି ଘିଅ ନେଇ ଭଲ ଭାବେ ଲଗାଇ ଦିଅନ୍ତୁ ।
  • ଏହାପରେ କାଜୁ ମିଶ୍ରଣକୁ ତା’ଉପରେ ପକାଇ ଖେଳାଇ ଦିଅନ୍ତୁ ।
  • ଏହାପରେ ମିଶ୍ରଣକୁ ଛୁରୀ ସହାଯ୍ୟରେ ନିଜ ଠିକିରି ଆକୃତିରେ ଏହାକୁ କାଟି ଦିଅନ୍ତୁ ।
  • ଏହାପରେ କାଟା ଆଲମଣ୍ଡକୁ ପକାଇ ଏହାକୁ ସାଜାଇ ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘କାଜୁ ବର୍ଫି’ । ଏହି ମିଠାର ରେସିପି ବନେଇ ଆପଣ ଘରେ ମାଆ ଦୂର୍ଗାଙ୍କ ନିକଟରେ ଭୋଗ ଲଗେଇ ପାରିବେ ।