• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ

  • ରଥଖଳାରେ ପ୍ରସ୍ତୁତ ତିନି ରଥ

  • ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ

  • ସିଂହଦ୍ୱାର ସାମ୍ନାକୁ ଅଣାଯିବ ତାଳଧ୍ୱଜ, ଦେବଦଳନ ଏବଂ ନନ୍ଦିଘୋଷ ରଥ

  • ଅତ୍ୟାବଶ୍ୟକ ସାମଗ୍ରୀ କିଣି ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ

ପୁରୀ : ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାବାହୁ। ଏଥିପାଇଁ ରଥଖଳାରେ ପ୍ରସ୍ତୁତ ତିନି ରଥ । ଆଜି ସକାଳ ଧୂପ ସରିଲେ ରଥଖଳାକୁ ବିଜେ ହେବ ଆଜ୍ଞମାଳ । ଏହା ପରେ ସିଂହଦ୍ୱାର ସାମ୍ନାରେ ବିଜେ ହେବେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ । ଏପଟେ ଆଜି ରାତି ୮ଟାରୁ ୪୮ ଘଣ୍ଟା ଲାଗି ପୁରୀ ସହରରେ ଲାଗିବ କର୍ଫ୍ୟୁ । ତେଣୁ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ ରଖିବାକୁ ପୁରୀ ବାସିନ୍ଦାଙ୍କୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ ।

କୌଣସି ପର୍ଯ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିଲେ, ସେମାନଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ । କିନ୍ତୁ କର୍ଫ୍ୟୁ ସମୟରେ ସହରର ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ଔଷଧ ଦୋକାନ, ମେଡ଼ିକାଲ୍ ଉପକରଣ ଦୋକାନ ଏବଂ ଚଷମା ଦୋକାନ ଗୁଡ଼ିକୁ ଅନୁମତି ରହିବ ।

ପୁରୀ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଚଳପ୍ରଚଳକୁ ରୋକିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ୮ଟି ଚେକିଂ ପଏଣ୍ଟ କରାଯାଇଛି । କର୍ଫ୍ୟୁ ବେଳେ କୌଣସି ଜରୁରୀ ହେଲେ ଲୋକେ ଟୋଲ୍ ଫ୍ରି ନମ୍ବରକୁ କଲ୍ କରିପାରିବେ । ୧୮୦୦-୩୪୫୭୪୯୫ ଏହି ନମ୍ବରରେ କଲ୍ କରି ଜିଲ୍ଲା ପ୍ରଶାସନ ସହ ସହାୟତା ନେଇପାରିବେ ଲୋକେ ।

ସେପଟେ ନୟାଗଡ଼ ରାଜସୁନାଖଳାର ଜଣେ ଦଶମ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ନାୟକ ଦିଆସିଲ କାଠିରେ ତିଆରି କରିଛନ୍ତି ତିନି ରଥ । ନନ୍ଦିଘୋଷ ରଥର ଉଚ୍ଚତା ୨ ଦଶମିକ ୯ ଇଂଚ, ୩ ଇଞ୍ଚର ତାଳଧ୍ୱଜ ଏବଂ ୨.୮ ଇଞ୍ଚର ଦର୍ପଦଳନ ରଥ । ଏହି ରଥ ସବୁ ଇଣ୍ଡିଆ ବୁକ୍ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ଚୟନ ହୋଇଛି । କରୋନା ମହାମାରୀ ଯୋଗୁ ଏଥର ପୁରୀ ବ୍ୟତୀତ ଅନ୍ୟ ଅଞ୍ଚଳରେ ରଥଯାତ୍ରା ବନ୍ଦ ରହିଛି । ତେଣୁ ଏହି ଛୋଟ ରଥ ନିର୍ମାଣ କରି ମହାପ୍ରଭୁଙ୍କ ପୂଜା କରିବାକୁ ଚାହିଁଛନ୍ତି ଶୁଭ୍ରାଂଶୁ ।