• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସ୍ୱତନ୍ତ୍ର ଉପହାର ତିଆରି କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର

  • ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ

ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ । ବନ୍ଧୁ ପାଇଁ ଦିନଟିଏ । ଆଜି ପରି ଏକ ଦୁର୍ଲଭ ଦିନରେ ବନ୍ଧୁଟିଏ ବନ୍ଧୁ ପାଇଁ ବିଭିନ୍ନ କିସମର ଉପହାର ଦିଆନିଆର ପରମ୍ପରା ରହିଛି । ତେବେ ଏହି ମହାର୍ଘ ଦିବସକୁ ଲକ୍ଷ୍ୟରେ ରଖି ଦେଶୀ ମଂଗାରେ ପ୍ରସ୍ତୁତ ହୋଇଛି ଫ୍ରେଣ୍ଡ୍ସ ଶାଢୀ । ବର୍ଷେ ଆଗରୁ ଏହି ନୂଆଁ ଡିଜାଇନର ଶାଢୀ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜଣେ ହସ୍ତତନ୍ତ କାରିଗର ଉଦ୍ୟମ କରିଥିବାବେଳେ ଏବେ ପ୍ରସ୍ତୁତ ହୋଇସାରିଛି ଏହି କଳାତ୍ମକ ଶାଢୀ । ଏହି ନିଆରା କଳାତ୍ମକ ଶାଢୀଟି ଲାଲ ମିଶା ମେରୁନ ରଙ୍ଗରେ ପ୍ରସ୍ତୁତ ହୋଇଥିବାବେଳେ ଦେହସାରା ବନ୍ଧୁତ୍ୱର ପରିଭାଷାକୁ ନେଇ ରହିଛି ଚାରୋଟି ଭାଷାର ରଂଗଛିଟା ।

ମାତୃଭାଷା ଓଡିଆ,ରାଷ୍ଟ୍ରଭାଷା ହିନ୍ଦୀ, ରାଜଭାଷା ଇଂରାଜୀ ସହ ବଂଗାଳୀ ଭାଷାରେ ଶାଢୀରେ ଲେଖାଯାଇଛି ବନ୍ଧୁତା ଦିବସର ଅନେକ ଅମରବାର୍ତା । ଏପରିକି ଶାଢୀର ଆଂଚଲରେ ବନ୍ଧୁତା ଜୀବନର ଏକ ମଧୁର ରସବୋଲି ମଧ୍ୟ ଉଲ୍ଲେଖ ରହିଛି । ଶାଢୀଟିର କଳାତ୍ମକ ପରିପାଟିକୁ ଦେଖିଲେ ଯେକେହି ଆକର୍ଷିତ ହେବା ନିଶ୍ଚିତ ଥିବାବେଳେ ଆଜି ପରି ଦିନରେ ସ୍ୱାମୀଟିଏ ନିଜ ପତ୍ନୀ ପାଇଁ କିମ୍ବା ବନ୍ଧୁଟିଏ ବାନ୍ଧବୀକୁ ଦେବାକୁ ହୋଇପାରିଛି ଏକ ସ୍ୱତନ୍ତ୍ର ଉପହାର ।

ଶାଢୀଟିକୁ ତିଆରି କରିବା ପାଇଁ ଶିଳ୍ପୀଙ୍କୁ ମାସାଧିକ କାଳ ସମୟ ଲାଗିଥିବାବେଳେ ଏହାର ବଜାର ଦର ୨୧ ହଜାରରୁ ଅଧିକ ରଖାଯାଇଛି ବୋଲି କହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଟିକିରାପଡାର ବିଶିଷ୍ଟ ବାନ୍ଧଶିଳ୍ପୀ ବିଶ୍ୱନାଥ ମେହେର ।