• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଥୁରା : ଧର୍ମନଗରୀ ମଥୁରାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀଙ୍କ ପ୍ରସ୍ତୁତି ପର୍ବ ଅନ୍ତିମ ପର୍ଯ୍ୟାୟରେ । ରଙ୍ଗୀନ ଆଲୋକମାଳାରେ ମନ୍ଦିର ଗୁଡିକୁ ସଜାଇ ଦିଆଯାଇଛି । କୃଷ୍ଣ ଜନ୍ମ ଅବସରରେ ଭଳିକି ଭଳି ଫୁଲରେ ପୂରି ଉଠୁଛି ପୂରା ସହର । ପ୍ରମୁଖ ଛକ ଏବଂ ରାସ୍ତାଗୁଡ଼ିକୁ ସଜାଉଛନ୍ତି ରାଜ୍ୟ ସରକାର । ସେହିପରି ଜନମାଷ୍ଟମୀର ମୁଖ୍ୟ ଆକର୍ଷଣ କେନ୍ଦ୍ର ଠା.ବାଙ୍କବିହାରୀ ମନ୍ଦିରର ପ୍ରବନ୍ଧ ତନ୍ତ୍ର ଦ୍ୱାରା ଅଗଷ୍ଟ ୩୦-୩୧ ରେ ଠାକୁରଙ୍କ ଦର୍ଶନର ସମୟ ସାରଣୀ ଜାରି କରାଯାଇଛି । ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ। 

ମନ୍ଦିରର ସହକାରୀ ପରିଚାଳକ ଉମେଶ ସାରସ୍ୱତ ୩୦ ଅଗଷ୍ଟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରରେ ଠାକୁରଙ୍କ ଦର୍ଶନ ସମୟ ସାରଣୀ ପ୍ରକାଶ କରିଛନ୍ତି । ଅଗଷ୍ଟ ୩୦ରେ ମଧ୍ୟରାତ୍ରିରେ ଠା.ବାଙ୍କବିହାରୀଙ୍କୁ କ୍ଷୀର, କଦଳୀ, ମହୁ, ଗଙ୍ଗାଜଳ, ଯମୁନାଜଳ, ଦେଶୀ ଘିଅ ଏବଂ ହଳଦୀ ସହିତ ମହାଭିଷେକ କରାଯିବ । ବର୍ଷକୁ ଥରେ ମାତ୍ର ଅନୁଷ୍ଠିତ ହେବାକୁ ଥିବା ମଙ୍ଗଳା ଆରତୀ ରାତି ୧.୫୫ରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି । ଏହା ପରେ ବାଳକୃଷ୍ଣ ସକାଳ ୫ଟା ପର୍ଯ୍ୟନ୍ତ ସୁବର୍ଣ୍ଣ ଝୁଲାରେ ଭକ୍ତଙ୍କୁ ଦର୍ଶନ ଦେବେ । ଅଗଷ୍ଟ ୩୧ ସକାଳ ୭.୪୫ ରେ ନନ୍ଦୋତ୍ସବ ଅନୁଷ୍ଠିତ ହେବ ।

ଜନ୍ମାଷ୍ଟମୀ ଅବସରରେ ଠା.ବାଙ୍କବିହାରୀ ମନ୍ଦିର ପରିସରକୁ ରଙ୍ଗୀନ ଫୁଲ ଏବଂ ବିଭିନ୍ନ ଲାଇଟରେ ସଜାଯାଇଥିବା କହିଛନ୍ତି ପ୍ରବନ୍ଧକ ମୁନିଶ କୁମାର ଶର୍ମା । ଏହି ସମୟରେ ଭକ୍ତମାନେ ଗେଟ୍ ନମ୍ବର ୨ ଓ ୩ ଦେଇ ପ୍ରବେଶ କରିପାରିବେ ଏବଂ ଗେଟ୍ ନମ୍ବର ୧ ଓ ୪ରେ ପ୍ରସ୍ଥାନ କରିପାରିବେ । ଏହା ସହିତ ଜରୁରୀକାଳୀନ ସ୍ଥିତିରେ ଗେଟ୍ ନଂ ୫କୁ ବ୍ୟବହାର କରାଯାଇ ପାରିବ ।