• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣମୀ

  • ମହାମାରୀକୁ ଦୃଷ୍ଟିରେ ରଖି ତିଆରି ହୋଇଛି ଭିନ୍ନ ଧରଣର ରାକ୍ଷୀ

କଟକ(ବିଶ୍ୱଜିତ ଆଚାର୍ଯ୍ୟ) : ରାକ୍ଷୀ ପୂର୍ଣ୍ଣମୀ ସ୍ନେହ ଓ ବନ୍ଧନର ପର୍ବ ପାଳନ ପାଇଁ ମଝିରେ ଆଉ ମାତ୍ର କେତେ ଦିନ । ଏଥିପାଇଁ କଟକର କାରିଗରମାନେ ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ । ଏଥର ମହାମାରୀ କରୋନାକୁ ଦୃଷ୍ଟିରେ ରଖି କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଭିନ୍ନ ଧରଣର ରାକ୍ଷୀ । କୋଭିଡ ରାକ୍ଷୀ ସହ ଅକ୍ସିଜେନ ରାକ୍ଷୀ ମଧ୍ୟ ରହିଛି । ଆଉ କିଛି କାରିଗର ସଢେଇ ବ୍ୟବହାର କରି ପାରମ୍ପରିକ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।

ସ୍ନେହ ଓ ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣମୀରେ ଭାଇ ହାତରେ ଅତି ଶ୍ରଦ୍ଧାରେ ସହ ରାକ୍ଷୀ ବାନ୍ଧି ତାର ମଙ୍ଗଳ ମନାସିବ ଭଉଣୀ । ରାକ୍ଷୀ ବଜାରକୁ ଦୃଷ୍ଟିରେ ରଖି କଟକର କାରିଗରମାନେ ଦିନରାତି ଲାଗି ପଡିଛନ୍ତି କାମରେ । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନୂଆବଜାରର କିଛି କାରିଗର ଏଥର ତିଆରି କରିଛନ୍ତି ସ୍ପେଶାଲ ରାକ୍ଷୀ । ନାଁ ରହିଛି କୋଭିଡ ରାକ୍ଷୀ କିଟ୍ । ଏଥିରେ ରାକ୍ଷୀ ସହ ଚକଲେଟ୍, ଚାଉଳ, ଚନ୍ଦନ,ସିନ୍ଦୁର, ସାନିଟାଇଜର ଓ ମାସ୍କ ରହିଛି । ଏହି ରାକ୍ଷୀର ଦାମ ୨୪୧ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ଆଉ କିଛି କାରିଗର ତିଆ କରିଛନ୍ତି ଅକ୍ସିଜେନ ରାକ୍ଷୀ କିଟ୍ । ଏଥିରେ ଔଷଧୀୟ ଚାରା ସାଙ୍ଗକୁ ଚନ୍ଦନ, ଚାଉଳ, ଚାବି ରିଙ୍ଗ୍ ଆଦି ରହୁଛି, ଯାହାର ମୂଲ୍ୟ ରହିଛି ୩୬୧ଟଙ୍କା । ଆଉ କେତେକ ରାକ୍ଷୀରେ ଭାଇ ଭଉଣୀଙ୍କ ଫଟୋ ମଧ୍ୟ ରହିଛି । ଏସବୁ ସ୍ପେସାଲ ରାକ୍ଷୀ ପାଇଁ ଅନଲାଇନ୍,ଫୋନ୍ କଲ୍, whats appରେ ଅର୍ଡର ମିଳିଥିବାରୁ ଏବେ ଏହି କାରିଗରମାନେ ରାକ୍ଷୀ କିଟ୍ ପ୍ରସ୍ତୁତ କରିବାରେ ଖୁବ୍ ବ୍ୟସ୍ତ ।

ଠିକ୍ ସେହିପରି ନୂଆ ବଜାରର ଆଉ ଜଣେ କାରିଗର ନାରାୟଣ ମହାରଣା ପ୍ରସ୍ତୁତ କରୁଛନ୍ତି ପାରମ୍ପରିକ ରାକ୍ଷୀ । ଜଗନ୍ନାଥ,ଫୁଲ ଥିବା ଭିନ୍ନ ଭିନ୍ନ ରାକ୍ଷୀକୁ ସେ ସଢେଇ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି । ଗତ କିଛି ବର୍ଷ ହେବ ନାରାୟଣ ଏଭଳି ରାକ୍ଷୀ ପ୍ରସ୍ତୁତ କରି ଆସୁଛନ୍ତି । ଏହି ରାକ୍ଷୀ ଓ୍ୱାଟର ପ୍ରୁଫ ହୋଇଥିବାରୁ ରାକ୍ଷୀ ପୂର୍ଣ୍ଣିମା ପରେ ଏଣେ ତେଣେ ନ ଫିଙ୍ଗି କେହି ବି ଚାବି ରିଙ୍ଗ୍ ଭାବେ ବ୍ୟବହାର କରିପାରିବେ । ଫଳରେ ଭଉଣୀଙ୍କ ସ୍ମୃତି ଭାବେ ତାହା ବହୁ ଦିନ ରହିପାରିବ ବୋରି କାରିଗର କହିଛନ୍ତି । ନାରାୟଣଙ୍କୁ ତାଙ୍କ ପରିବାର ଲୋକେ କାମରେ ମଧ୍ୟ ସାହାଯ୍ୟ କରୁଛନ୍ତି । ରାକ୍ଷୀ ପୂର୍ଣ୍ଣମୀ ପାଖେଇ ଆସୁଥିବାରୁ ମିଳିଥିବା ଅର୍ଡରକୁ ପୁରା କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି କାରିଗର ।