• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଗଡ଼ିଲା ରଥ

  • ନିର୍ଦ୍ଧାରିତ ବହୁ ସମୟ ପୂର୍ବରୁ ଟଣା ହେଲା ରଥ

  • ସେବାୟତ ଟାଣୁଛନ୍ତି ରଥ

ପୁରୀ: ନିର୍ଦ୍ଧାରିତ ସମୟର ୩ ଘଂଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ। ପ୍ରଥମେ ତାଳଧ୍ୱଜ ପରେ ଦେବଦଳନ ଓ ପରେ ପରେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରୁ ଶରଧା ବାଲି ଅଭିମୁଖେ ଯିବାକୁ ଅପେକ୍ଷା କରିଛି। ରଥାରୂଢ ହେବା ପରେ ପରମ୍ପରା ମୁତାବକ ଶ୍ରୀଜିଉଙ୍କର ଚିତାଲାଗି କରାଯାଇଥିଲା। ବିଧି ଅନୁସାରେ ତିନିରଥରେ ଶ୍ରୀଜିଉମାନେ ବିରାଜମାନ କରିବା ପରେ ଗଜପତି ମହାରାଜା ତାମ୍ର ଯାନରେ ଆସି ଶ୍ରୀଜିଉଙ୍କ ସେବା କରିବାର ଅନନ୍ୟ ପରମ୍ପରା ରହିଛି।

ଦେଖନ୍ତୁ ପୁରୀ ଜଗନ୍ନାଥ ରଥଯାତ୍ରାର ସିଧା ପ୍ରସାରଣ

ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ଛେରାପହଁରା କରିଥିଲେ ମହାରାଜା। ପରେ ଦେବୀ ରଥରେ ଛେରା ପହଁରା କରିଛନ୍ତି ଗଜପତି। ମହାରାଜା ପ୍ରଥମେ ରଥ ଉପରେ ଶ୍ରୀଜିଉମାନଙ୍କର ଆଳତୀ କରିଥିଲେ।

ଏହାପରେ ଆଲଟ ଓ ଚାମର ସେବା ମଧ୍ୟ କରିଥିଲେ। ଶେଷରେ ରଥରେ ଚନ୍ଦନ ପାଣି ପକାଇବା ସହ ଛେରା ପହଁରା କରିଥିଲେ। ଏତିକି ନୁହେଁ ବରଂ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ଆସିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି। କରୋନା କଟକଣା ପାଇଁ ଚଳିତଥର ମଧ୍ୟ ରଥଟଣାରୁ ଭକ୍ତମାନେ ବଂଚିତ ହୋଇଛନ୍ତି।