• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ ।

  • କୋଭିଡ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ ।

  • ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ କହିଲା ବିଏମ୍‌ସି ।

ଦୁର୍ଗାପୂଜା ପାଇଁ ଗାଇଡଲାଇନ ଜାରି କଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ଼ ଗାଇଡଲାଇନ ମାନି ପୂଜା କମିଟିମାନେ ପୂଜା ଆୟୋଜନ କରିବେ । ଇଣ୍ଡୋର ଭଳି ବ୍ୟବସ୍ଥାରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରାଯିବ କହିଲା ବିଏମ୍‌ସି । ମଣ୍ଡପର ତିନି ପାର୍ଶ୍ୱ ସଂପୂର୍ଣ୍ଣ ବନ୍ଦ, ଗୋଟିଏ ପାର୍ଶ୍ୱ ଆଂଶିକ ଖୋଲା ରହିବ । ଚତୁର୍ଥ ପାର୍ଶ୍ୱ ଏମିତି ବନ୍ଦ ରହିବ ଯେମିତି କେହି ଦର୍ଶନାର୍ଥୀ ଦର୍ଶନ କରିପାରିବେନି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍‌ରୁ କମ ରହିବ । ମନୋରଂଜନ କାର୍ଯ୍ୟକ୍ରମ ପାଇଁ ସଂପୂର୍ଣ୍ଣ ମନା କରିଛି ବିଏମ୍‌ସି । ସେପଟେ ପୂଜକ, କର୍ତ୍ତା, ଆୟୋଜକଙ୍କୁ ମିଶାଇ ୭ ଜଣରୁ ଅଧିକଙ୍କୁ ଅନୁମତି ନାହିଁ ବଲି ସିଧା ସଳଖ କହିଛି ଭୁବନେଶ୍ୱର ମହାନଗର ନିଗମ । ଖାଲି ସେତିକି ନୁହେଁ ଭସାଣ ଶୋଭାଯାତ୍ରା ହେବ ନାହିଁ, କୃତ୍ରିମ ପୋଖରୀରେ ମା ଦୁର୍ଗାଙ୍କୁ ବିସର୍ଜନ କରିବାକୁ ଗାଇଡ୍‌ଲାଇନ୍‌ରେ କହିଛି BMC । ତେବେ ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ଯେଉଁଭଳି ଭାବେ କଡ଼ାକଡ଼ି ନିୟମ କରିଛି ବିଏମ୍‌ସି, ଠିକ୍‌ ସେହିଭଳି ଗତବର୍ଷ ମଧ୍ୟ କଡ଼ା କଡ଼ି ନିୟମ କରାଯାଇଥିଲା । ପୂଜା ମଣ୍ଡପରେ ନା ଲାଇଟ୍‌ ଲାଗିଥିଲା ତା ତୋରଣ ହୋଇଥିଲା । ନା ବାଜି ଥିଲା ବାଜ, ନା ଜମିଥିଲା ଦର୍ଶକଙ୍କ ଭିଡ଼ ।

ଗତଥର ଭଳି ଏଥର କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଧୁମ୍‌ଧାମ୍‌ରେ ଦୁର୍ଗା ପୂଜା କରିବାକୁ ଅନୁମତି ନମଳିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଯାଇଛି । ଗତଥର ଭଳି ପାର୍ବଣ ଋତୁ ପାଖେଇ ଆସିଥିଲେ ମଧ୍ୟ ଚାରିଆଡ଼େ ଖାଁ ଖାଁ ଲାଗି ରହିଛି । କରୋନାର କଟକଣାରେ ସତେ ଯେପରି ସବୁ ନିରବୀ ଯାଇଛି । ଓଡ଼ିଶାର ବଡ଼ ପର୍ବ ଦଶହରାକୁ ଆଉ ଦିନ କେଇଟା ରହିଲା । କିଛି ଦିନ ପରେ ମୂର୍ତ୍ତି ତିଆରିରେ ନିମଗ୍ନ ରହିବେ କାରିଗର । କିନ୍ତୁ କଟକଣା ତଥା ଗାଇଡ୍‌ଲାଇନ୍‌ ଆସିବା ପରେ ସମସ୍ତଙ୍କ ମନରେ ନିରାଶା ଖେଳିଯାଇଛି ।

ପୂର୍ବରୁ ପୂଜା କମିଟି ଗୁଡିକ ଦାବି କରିଥିଲା ଯେ, ମୂର୍ତ୍ତିର ଉଚ୍ଚତା ଓ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ ସରକାର ଲାଗୁ କରିଥିବା କଟକଣା ଯଥାର୍ଥ ନୁହେଁ । ଶ୍ରୀମନ୍ଦିର ସମେତ ଅନ୍ୟ ସବୁ ମନ୍ଦିରରେ ଯେଭଳି ଭକ୍ତଙ୍କୁ ଦର୍ଶନର ସୁବିଧା ଦିଆଯାଇଛି, ଦୁର୍ଗାପୂଜାରେ ମଧ୍ୟ ସମାନ ସୁବିଧା ମିଳିବାକୁ ସେମାନେ ଦାବି କରିଥିଲେ । ଏହାଛଡ଼ା ପୂର୍ବବର୍ଷ ଭଳି ଏବର୍ଷ ମଧ୍ୟ ସାଧାରଣ ଭାବେ ଉଚ୍ଚ ମୂର୍ତ୍ତି ନିର୍ମାଣ ଲାଗି ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଥିଲେ ।