• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତ

  • ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ସାଧାରଣ ଭକ୍ତ

ପୁରୀ : ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଦ୍ୱିତୀୟ ଦିନ । ସମ୍ପନ୍ନ ହେବ ବନକଲାଗି ନୀତି । ଆଉ ଝଲସିବେ ଶ୍ରୀଜୀଉ ମହାପ୍ରଭୁ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଗୁଣ୍ଡିଚା ମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୂଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ରଙ୍ଗ ବ୍ୟବହାର କରାଯିବ ।

ଏହା ଅତ୍ୟନ୍ତ ଗୁପ୍ତ ସେବା ନୀତି ହୋଇଥିବାରୁ ଅପରାହ୍ନରେ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବାରୁ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ସେପଟେ ରଥରେ ଗୋଟିଏ ଦିନ କାଟିବା ପରେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି କାଳିଆ ସାଆନ୍ତ, ବଡ଼ଠାକୁର ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଗତକାଲି ଠାରୁ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଛି, ଯାହା ସବୁ ଶ୍ରୀମନ୍ଦିରରେ ହୋଇଥାଏ । ଗତକାଲି ଠାରୁ ଠାରୁ ସାତ ଦିନ ଯାଏ ସେ ସମସ୍ତ ନୀତି ଗୁଣ୍ଡିଚା ମନ୍ଦିରରେ ହେବ । ତେବେ କରୋନା କଟକଣା ଯୋଗୁଁ ଆଡ଼ପ ମଣ୍ଡପରେ ଦର୍ଶନ କରିପାରିବେନି ଭକ୍ତ । ସେହିପରି ଗତ କାଲି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପାଇଁ ଅବଢ଼ା ବାହାରିଛି । ସକାଳ ଧୂପ ପରେ ମହାପ୍ରଭୁଙ୍କୁ ଖେଚୁଡ଼ି, ଡାଲମା, ଶାଗ ଓ ଭଜା ଲାଗି ହୋଇଥିଲା ।

ଶ୍ରୀଜିଉଙ୍କ ଦର୍ଶନ କରିପାରୁ ନଥିବା ଶ୍ରଦ୍ଧାଳୁ ଏବେ ଆଡପ ଅବଢା ପାଇଛନ୍ତି । କର୍ଫ୍ୟୁ କଟକଣା କୋହଳ ପରେ ଭକ୍ତମାନେ ବୁଧବାରଠାରୁ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇଛନ୍ତି । ଅନେକ ଭକ୍ତ ଧାଡ଼ିରେ ରହି ମହାପ୍ରସାଦ ନେଇଛନ୍ତି । ସୁଆର ମହାସୁଆର ନିଯୋଗ ମହାପ୍ରସାଦ ଦାୟି ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପଟେ ଟୋକନ୍‌ ବ୍ୟବସ୍ଥାରେ ଭକ୍ତଙ୍କୁ ମହାପ୍ରସାଦ ଦିଆଯାଇଥିବା ଜଣାପଡ଼ିଛି।