• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରିଲିଜ୍‌ ହେଲା "ରାଧଶ୍ୟାମ" ନୂଆ ପୋଷ୍ଟର

  • ପ୍ରଭାସ୍‌ଙ୍କ ନୂଆ ଡେୟାର୍‌ ଲୁକ୍‌

ମୁମ୍ବାଇ :ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ ‘ରାଧେଶ୍ୟାମ’ର ରିଲିଜ ଡେଟ୍ କୁ ନେଇ ଫ୍ୟାନ୍ସ ମାନେ ବହୁତ ଅପେ‍କ୍ଷା କରିଥିଲେ । ଏନେଇ ଫିଲ୍ମ ମେକର ପ୍ରଭାସଙ୍କ ନୂଆ ପୋଷ୍ଟର ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଫିଲ୍ମର ପୋଷ୍ଟର ରିଲିଜ ହେବା ପରେ ଫ୍ୟାନ୍ସମାନେ ବେସ୍ ଉତ୍ସାହିତ ଅଛନ୍ତି । ଏନେଇ ଅଭିନେତା ପ୍ରଭାସ ନିଜେ ଏହି ଖୁସି ଖବର ତାଙ୍କର ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

ଫିଲ୍ମଟି ପୂର୍ବରୁ ଆଜି ଅର୍ଥାତ ଜୁଲାଇ ୩୦ରେ ବିଶ୍ୱବ୍ୟାପୀ ରିଲିଜ୍ ହେବାର ଯୋଜନା ଥିଲା, କିନ୍ତୁ କରୋନା କାରଣରୁ ଫିଲ୍ମ ମେକର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ପ୍ରଭାସ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ‘ରାଧେଶ୍ୟାମ’ ର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ପୋଷ୍ଟରରେ ପ୍ରଭାସଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସମାନେ ପାଗଳ ହୋଇଯାଇଛନ୍ତି । ପୋଷ୍ଟରରେ ଡେୟାର ଲୁକ୍ ସହିତ ୟୁରୋପର ଏକ ରାସ୍ତାରେ ଛିଡା ହୋଇଥିବା  ନଜର ଆସିଛନ୍ତି ପ୍ରଭାସ ।

ପ୍ରଭାସଙ୍କ ନିଜେ ପୋଷ୍ଟର ସେୟାର କରିବା ସହ ଲେଖିଛନ୍ତି ଯେ, ଆପଣ ମାନଙ୍କୁ ଏହି ରୋମାଣ୍ଟିକ ଫିଲ୍ମ ଦେଖାଇବା ପାଇଁ ଆଉ ଅପେକ୍ଷା କରିବାକୁ ପଡିବନି। କାହିଁକି ନା, ଫିଲ୍ମଟି ଜାନୁଆରୀ ୧୪, ୨୦୨୨ରେ ରିଲିଜ ହେବାକୁ ଯାଉଛି । ‘ରାଧେଶ୍ୟାମ’ର ନୂଆ ପୋଷ୍ଟର ଦେଖିବା ପରେ ଫ୍ୟାନ୍ସ ମାନଙ୍କ ମନରେ ବେଶ୍‌ ଉତ୍ସାହ ବଢି ଯାଇଛି । ଏହା ଏକ ରୋମାଣ୍ଟିକ ଓ ବହୁଭାଷୀ ଫିଲ୍ମ ଅଟେ ଯାହା କି ହିନ୍ଦୀ,ଇଂରାଜୀ ଓ ତେଲୁଗୁ ଭାଷାରେ ରିଲିଜ ହେବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଧା କୃଷ୍ଣ କୁମାର, ଏହାର ନିର୍ମାତା ଭାମସି କୃଷ୍ଣ ରେଡ୍ଡୀ, ପ୍ରମୋଦ ଉପପାଲପତି ଏବଂ ଭୂଷଣ କୁମାର ଅଛନ୍ତି ।  ଏହା ହେଉଛି ପ୍ରଭାସଙ୍କ କ୍ୟାରିୟରର ୨୦ତମ ଫିଲ୍ମ ।

ସୂଚନା ଅନୁସାରେ ଫେବ୍ରୁଆରୀ ୧୪ରେ ଫିଲ୍ମ ରାଧେଶ୍ୟାମର ଏକ ଟିଜର ରିଲିଜ ହୋଇଥିଲା । ଟିଜରରେ ଅଭିନେତ୍ରୀ ପୂଜା ହେଗେଡେ ଓ ସୁପରଷ୍ଟାର ପ୍ରଭାସ କିଛି ସେକେଣ୍ଡ ପାଇଁ ନଜର ଆସିଥିଲେ । ମିଡିଆ ରିପୋର୍ଟ ଅନୁସାରେ, ଏହି ସିନ୍‌କୁ ସୁଟ୍ କରିବା ପାଇଁ ଦେଢ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା ।  ଇଟାଲୀର ରୋମ୍ ସହରରେ ଏହି ଫିଲ୍ମର ସୁଟିଂ ହେବାର ଥିଲା କିନ୍ତୁ କରୋନା ପାଇଁ ଲକଡାଉନ ହେବାରୁ ଫିଲ୍ମ ମେକର୍ସଙ୍କୁ ଭାରତରେ ଏକ ରୋମ୍ ସହହର ସୁଟିଂ ସେଟ୍ ତିଆରି କରିବାକୁ ପଡିଥିଲା ।