• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଗଳାମୀ

  • ଫିଲ୍ମ ପୋଷ୍ଟର ଉପରେ ରକ୍ତ ଛିଟା ପକାଇଲେ ପ୍ରଶଂସକ

ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍ ସବୁବେଳେ ରହି ଆସିଛି । କେବଳ ସାଉଥ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକଙ୍କ ରହିଛନ୍ତି। ନିକଟରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଗଳାମୀ ପାଇଁ ସେ ବହୁତ ରାଗି ଯାଇଛନ୍ତି । ରଜନୀକାନ୍ତଙ୍କ ଫିଲ୍ମର ପୋଷ୍ଟରରେ ପ୍ରଶଂସକ ମାନେ ଛେଳିର ରକ୍ତ ଛିଞ୍ଚିଛନ୍ତି । ଏନେଇ ରଜନୀକାନ୍ତ ବହୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ରଜନୀକାନ୍ତ ପ୍ରଶସଂକ ଗୋଟିଏ ଛେଳି ହତ୍ୟା କରୁଛନ୍ତି ଏବଂ ଫିଲ୍ମର ପୋଷ୍ଟରରେ ଏହାର ରକ୍ତ ଛିଞ୍ଚିଥିବାର ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ରଜନୀକାନ୍ତ ଘୋର ନିନ୍ଦା କରିବା ସହ ଅତ୍ୟନ୍ତ କ୍ରୋଧିତ ହୋଇ ଯାଇଛନ୍ତି ।

ପୂର୍ବରୁ ରଜନୀକାନ୍ତଙ୍କ ପ୍ରଶସଂକ ମାନେ ରଜନୀକାନ୍ତଙ୍କ ଫଟୋ ଉପରେ କ୍ଷୀର ଢାଳୁଥିବାର ଦେଖିବାକୁ ମିଳିଥିଲା । ଦକ୍ଷିଣ ଭାରତରେ ଏହାକୁ ‘ପାଲାବିଶେକମ୍’ କୁହାଯାଇଥାଏ ଯାହାକି ମନ୍ଦିରରେ ଭଗବାନଙ୍କ ଉପରେ କ୍ଷୀର ଢଳାଯାଇଥାଏ । ସାଉଥରେ ରଜନୀକାନ୍ତଙ୍କୁ ତାଙ୍କର ପ୍ରଶସଂକ ମାନେ ତାଙ୍କୁ ଭଗବାନ ସଦୃଶ ମାନିଥାନ୍ତି । କିନ୍ତୁ ପୋଷ୍ଟରରେ ଛେଳିର ରକ୍ତ ଛିଞ୍ଚିଥିବାର ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ଯାହା ରଜନୀକାନ୍ତଙ୍କୁ ବହୁତ କଷ୍ଟ ଦେଇଛି । ତେବେ ଏହି ଘଟଣାରେ ରଜନୀକାନ୍ତଙ୍କ ଫ୍ୟାନ୍ସ କ୍ଲବର ପ୍ରଶାସକ ତଥା ଭି.ଏମ୍ ସୁଧାକର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହା କେବଳ ଏକ ଦୁଃଖଦାୟକ ଘଟଣା ନୁହେଁ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।

ଏବେ ରଜନୀକାନ୍ତଙ୍କର ଅପକମିଙ୍ଗ୍ ଫିଲ୍ମ ‘ଅନ୍ନାଥେ’ ପାଇଁ ବ୍ୟସ୍ତ ଅଛନ୍ତି । ରଜନୀକାନ୍ତଙ୍କ ଏହି ଫିଲ୍ମ ଦୀପାବଳୀ ଅବସରରରେ ନଭେମ୍ବର ୪ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ସୁଟିଂ ବର୍ତ୍ତମାନ ହାଇଦ୍ରାବାଦରେ ଚାଲିଛି, ଯାହା ଆସନ୍ତା ଦଶ ଦିନ ମଧ୍ୟରେ ଶେଷ ହେବ। ଏହି ଫଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁରୁଥାଇ ଶିବା । ରଜନୀକାନ୍ତଙ୍କର ଆଗାମୀ ଫିଲ୍ମକୁ ମିଶାଇଲେ ତାଙ୍କର ୧୬୯ତମ ଚଳଚ୍ଚିତ୍ର ହେବ । ଏହାକୁ ନେଇ ରଜନୀକାନ୍ତଙ୍କର ପ୍ରଶସଂକ ମାନେ ବେଶ୍ ଉତ୍ସାହିତ ଅଛନ୍ତି ।