• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୁମ୍ବାଇ : ଶୁକ୍ରବାର ରାତିରେ ରାଜନୀତି କ୍ଷେତ୍ରରେ ହଠାତ ରାଖୀ ସାୱନ୍ତଙ୍କ ନାମ ହଇଚଇ ସୃଷ୍ଟି କରିଥିଲା। ମନୋରଞ୍ଜନ ଜଗତରେ ଡ୍ରାମା ରାଣୀ ଭାବରେ ଜଣାଶୁଣା ରାଖୀ ସେତେବେଳେ ଏହା ଉପରେ କିଛି କହି ନ ଥିଲେ, କିନ୍ତୁ ପରେ ସେ ରାଜନୀତିର ଏହି ବାଦବିବାଦକୁ ପ୍ରବେଶ କରିଥିଲେ। ପଞ୍ଜାବ ରାଜନୀତିରେ ଆଇଟମ୍ ଗାର୍ଲ ରାଖୀ ସାୱନ୍ତଙ୍କ ନାମ ସେତେବେଳେ ଆସିଥିଲା ଯେତେବେଳେ ଆମ୍ ଆଦମୀ ପାର୍ଟୀର ନେତା ରାଘବ ଚଡ୍ଡା ପଞ୍ଜାବ ରାଜନୀତିର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ରାଖୀ ସାୱନ୍ତ ବୋଲି କହିଥିଲେ। ଏହି କଥାରେ ରାଖି ଉତ୍ତେଜିତ ହୋଇ ଆପ୍ ନେତା ରାଘବ ଚଡ୍ଡାଙ୍କୁ ଏକ ଚେତାବନୀ ଦେଇଛନ୍ତି।

ସୋସିଆଲ ମିଡିଆରେ ରାଖୀ ସାୱନ୍ତ ସବୁବେଳେ ସକ୍ରିୟ ଥାଆନ୍ତି। ସେ ପ୍ରାୟତଃ ଫଟୋଗ୍ରାଫରଙ୍କ ସହିତ ପ୍ରତ୍ୟେକ ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିବା ଦେଖାଯାଏ। ସୂଚନା ମୁତାବକ ପୂର୍ବ ଦିନ କଂଗ୍ରେସର ବରିଷ୍ଠ ନେତା ନବଜୋତ ସିଂ ସିଦ୍ଧୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଏକ ବଡ ବୟାନ ଦେଇଥିଲେ। ଏହା ପରେ ଆମ୍ ଆଦ୍‌ମୀ ପାର୍ଟି ନେତା ରାଘବ ଚଡ୍ଡା ନବଜୋତ ସିଂ ସିଦ୍ଧୁଙ୍କୁ ଟାର୍ଗେଟ୍‌ କରି ତାଙ୍କୁ ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ ବୋଲି କହିଥିଲେ।

Rakhi Sawantରାଖୀ ସାୱନ୍ତ

ନେତାମାନଙ୍କ କାଦୁଅ ଫିଙ୍ଗା ନୀତିରେ ଯେଉଁଭଳି ଭାବରେ ରାଖୀ ସାୱନ୍ତଙ୍କ ନାମକୁ ଟଣାଯାଉଛି, ଏହାକୁ ନେଇ ଅଭିନେତ୍ରୀ ଆପ୍ ନେତାଙ୍କୁ ନିନ୍ଦା କରିଛନ୍ତି। ଏକ ଚ୍ୟାନେଲ ସହିତ କଥାବାର୍ତ୍ତା କରି ରାଖୀ ସାୱନ୍ତ ଦୃଢ କଣ୍ଠରେ କହିଛନ୍ତି ଯେ “ମୋ ଠାରୁ ଓ ମୋ ନାମଠାରୁ ଦୂରରେ ରୁହନ୍ତୁ। ମିଷ୍ଟର ଚଡ୍ଡା ଯିଏ ବି ହୁଅନ୍ତୁ ନା କାହିଁକି, ମୋର ନାମ ଯଦି ଧର ତେବେ ମୁଁ ତୁମର ଚଡ୍ଡା ଛଡେଇ ଦେବି। ମୁଁ ବର୍ତ୍ତମାନ ଟ୍ରେଣ୍ଡିଂ କରୁଛି। ମିଷ୍ଟର ଚଡ୍ଡା, ତୁମେ ନିଜେ ଦେଖ ଯେ ତୁମକୁ ଟ୍ରେଣ୍ଡିଂକୁ ଆସିବା ପାଇଁ ମୋ ନାମ ଧରିବା ଆବଶ୍ୟକ ପଡିଗଲା।”

ପ୍ରକାଶଥାଉ ଯେ ରାଖୀ ସାୱନ୍ତ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଟ୍ୱିଟର ପୋଷ୍ଟର ସ୍କ୍ରିନ୍‌ସଟ୍‌ ସେୟାର କରିଛନ୍ତି, ଯେଉଁଥିରେ ରିତେଶ ନାମକ ଜଣେ ବ୍ୟକ୍ତି ଟ୍ୱିଟ୍‌ କରିଛନ୍ତି। ଏହି ବ୍ୟକ୍ତି ତାଙ୍କ ଟ୍ୱିଟ୍‌ରେ ରାଘବ ଚଡ୍ଡା, ପଞ୍ଜାବ ପୋଲିସ, କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି, ବିଜେପିକୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ନିଜର ରାଜନୈତିକ ଲାଭ ପାଇଁ କାହାର ଭାବମୂର୍ତ୍ତିକୁ ଅପମାନିତ କର ନାହିଁ। ଦୟାକରି ଆପଣଙ୍କର ବିଧାୟକମାନଙ୍କୁ ଶିକ୍ଷା ଦିଅନ୍ତୁ । ରାଖୀଙ୍କ କହିବାନୁସାରେ, ଟ୍ୱିଟ୍ କରିଥିବା ରିତେଶ ହେଉଛନ୍ତି ତାଙ୍କ ସ୍ୱାମୀ।

ଏହି ଟ୍ୱିଟ୍ ସେୟାର କରି ରାଖୀ କ୍ୟାପ୍‌ସନ୍‌ରେ ଲେଖିଛନ୍ତି୍ ଯେ “ମୋ ସ୍ୱାମୀ ରାଘବ ଚଡ୍ଡାଙ୍କୁ ଉତ୍ତର ଦେଇଛନ୍ତି। ଲୋକମାନେ ମୋତେ ଏକୁଟିଆ ଜାଣି ଏ ପର୍ଯ୍ୟନ୍ତ ହଇରାଣ କରୁଥିଲେ। ଆଜି ମୁଁ ଏହା କହିବା ବେଳେ ମୋ ଆଖିରୁ ଲୁହ ଆସିଯାଉଛି ଯେ ଆଜି ମୋର ମଧ୍ୟ କେହି ଅଛନ୍ତି, ଯିଏ ମୋର ସମ୍ମାନ ରକ୍ଷା କରିବାକୁ ମୋ ପାଖରେ ଛିଡା ହୋଇଛନ୍ତି। ଧନ୍ୟବାଦ ମୋ ସ୍ୱାମୀ।”