• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ଶୋ’ ‘ଏକ୍ଟିଭିଟିଜ୍’ ରେ ଭାଗ ନେବା ନେଇ ଟ୍ରୋଲ୍ ହେବାକୁ ପଡିଛି। ଏହି ଶୋ’କୁ ନେଇ ବିବାଦ ବଢୁଥିବା ଦେଖି ଏବେ ପ୍ରିୟଙ୍କା ସୋସିଆଲ୍ ମିଡିଆରେ ଏକ ଲମ୍ବା ଚୌଡା ପୋଷ୍ଟ୍ ସେୟାର କରି କ୍ଷମା ମାଗିଛନ୍ତି।

ପ୍ରିୟଙ୍କା ଲେଖିଛନ୍ତି ଯେ “ମୁ କିଛି ସପ୍ତାହ ହେବ ଆପଣଙ୍କ କଥାର ଶକ୍ତିକୁ ଦେଖି ପ୍ରଭାବିତ ହୋଇଛି। ସମାଜସେବୀଙ୍କ ସ୍ୱର ଉତ୍ତୋଳନ ସବୁବେଳେ ପ୍ରଭାବ ପକେଇଥାଏ। ଯେତେବେଳେ ଲୋକେ କୌଣିସି ଦାବିକୁ ନେଇ ସ୍ୱର ଉଠାନ୍ତି ସେମାନଙ୍କ ଆବଶ୍ୟକତା ରହିଥାଏ।”

Priyanka Chopraପ୍ରିୟଙ୍କା ଚୋପ୍ରା

ଶୋ’ ମତେ ଭୁଲ୍ ଉପାୟରେ ନେଇଛି। ଏନେଇ ମୁଁ କ୍ଷମା ମାଗୁଛି। ଏହି ଶୋ’ର ଅଂଶ ହୋଇଥିବାରୁ ମୁଁ ଅନେକଙ୍କ ମନରେ ଦୁଃଖ ପହଞ୍ଚେଇଛି। ଆମର ଉଦ୍ଦେଶ୍ୟ ସବୁବେଳେ ଏହି ଆଇଡିଆ ପଛରେ କାମ କରୁଥିବା ଲୋକଙ୍କ ଉପରେ ଧ୍ୟାନ ଦେବା ଏବଂ ସେମାନଙ୍କ ପ୍ରତିକ୍ରିୟା ଓ ପ୍ରଭାବକୁ ହାଇଲାଇଟ୍ କରିବା। ମୁଁ ଏଭଳି ସଂସ୍ଥା ସହ ଜଡିତ ଥିବାରୁ ବହୁତ ଖୁସି। ସେମାନେ ସବୁ ବିଷୟକୁ ବୁଝନ୍ତି, କୋଉଟା କେତେବେଳେ ଆରମ୍ଭ ହେବ ଓ ଶେଷ ହେବ।

ପ୍ରିୟଙ୍କା ଲେଖିଛନ୍ତି ଯେ ସମାଜସେବୀଙ୍କର ଏକ ଗ୍ଲୋବାଲ୍ କମ୍ୟୁନିଟି ରହିଛି, ଯେଉଁମାନେ ପ୍ରତିଦିନ ସମାଜରେ ପରିବର୍ତ୍ତନ ଆଣିବା ନେଇ କାମ କରୁଛନ୍ତି। କିନ୍ତୁ ସେମାନଙ୍କ କଥା ଲୋକଙ୍କ ସାମ୍ନାକୁ ଆସେ ନାହିଁ। ସମାଜ ପାଇଁ ସେମାନଙ୍କ କାମ ବହୁତ ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି।

ପ୍ରକାଶଥାଉ ଯେ ‘ଦ ଆକ୍ଟିଭିଷ୍ଟ’ ହେଉଛି ଏକ ରିଏଲିଟି ଶୋ’। ଏଥିରେ ୬ଟି ସାମାଜସେବୀଙ୍କୁ ୩ ଭାଗରେ ବଣ୍ଟାଯିବ। ଗୋଟିଏ ଟିମ୍‌ରେ ଦୁ‍ଇଟି ବିଭାଗ ରହିବ। ସେମାନେ ଏହି ଶୋ’ରେ ନିଜ ବିଭାଗ ପାଇଁ ଲଢିବେ। ସବୁ ଟିମ୍‌କୁ ଗୋଟିଏ ଗୋଟିଏ ଜଣାଶୁଣା ହୋଷ୍ଟ ଦିଆଯିବ। ଟିମ୍‌କୁ ଭିନ୍ନ ଭିନ୍ନ କାମ ଓ ଚ୍ୟାଲେଞ୍ଜ୍ ଦିଆଯିବ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏହାରି ଭିତରେ ସେମାନେ ନିଜର ଦାବିକୁ ମଧ୍ୟ ଲୋକଲୋଚନକୁ ଆଣିବେ। ଏହାକୁ ଅନ୍‌ଲାଇନ୍ ଏନ୍‌ଗେଜ୍‌ମେଣ୍ଟ୍, ସୋସିଆଲ୍ ମେଟ୍ରିକ୍ସ ଓ ହୋଷ୍ଟ୍‌ଙ୍କ ଇନ୍‌ପୁଟ୍‌ ଆଧାରରେ ମୂଲ୍ୟାୟନ କରାଯିବ। ବିଜେତାଙ୍କୁ ଧନରାଶି ମିଳିବା ସହିତ ଜି୨୦ ଶିଖର ସମ୍ମିଳନୀରେ ଭାଗ ନେବା ନେଇ ସୁଯୋଗ ମିଳିବ।

ତେବେ ଏହି ଶୋ’ର ଫର୍ମାଟ୍ ଓ ତିନି ଜଣ ହୋଷ୍ଟକୁ ନେଇ ବିବାଦ ହୋଇପଡିଛି। ସମାଜସେବାରେ ପ୍ରତିଯୋଗିତା ନେଇ ଲୋକେ ଏହାକୁ ଟ୍ରୋଲ୍ କରୁଛନ୍ତି। ଏହି ଶୋ’ରେ ପ୍ରିୟଙ୍କା ଚୋପ୍ରା, ଅଶର୍ ଓ ଜୁଲିଆନେ ମୁରେ ହୋଷ୍ଟ ଅଛନ୍ତି।

ବିବାଦକୁ ଦେଖି ନିର୍ମାତା ଗ୍ଲୋବାଲ୍ ସିଟିଜନ ନିଜର କ୍ଷମାପତ୍ରରେ ଶୋ’ର ଫର୍ମାଟ୍ ବଦଳେଇବା ନେଇ କହିଛି। ଶୋ’ରୁ ପ୍ରତିଯୋଗିତାକୁ ଉଠେଇଦିଆଯିବ ବୋଲି କୁହାଯାଇଛି। ଏହାକୁ ଡକ୍ୟୁମେଣ୍ଟାରୀ ଭାବେ ସୁଟ୍ କରାଯିବ।