• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଇମ୍ରାନ ହାସମୀଙ୍କୁ ଘାରିଛି ସିକ୍ଲେଲ ପ୍ରେମ

କିସିଂ ଷ୍ଟାର ଭାବେ ବଲିଉଡର ବେଶ ଜଣାଶୁଣା ନାୟକ ଇମ୍ରାନ ହାସମୀ । ଇମ୍ରାନ ହାସମୀଙ୍କୁ ଘାରିଛି ସିକ୍ଲେଲ ପ୍ରେମ । ଏବେ ଇମ୍ରାନ ତାଙ୍କର ପପୁଲାର ଓ ହିଟ୍ ଫିଲ୍ମ ଗୁଡିକର ସ୍ୱିକେଲରେ ନଜର ଆସିବେ । ତେବେ ଇମ୍ରାନ ମଧ୍ୟ ତାଙ୍କର ଅଭିନିତ ଫିଲ୍ମ ଆୱାରପନ୍‍,’ରାଜା ନଟବର ଲାଲ୍‍’ , ଡାର୍ଟି ପିକଚର, ଏବଂ ‘ଏକ ଥା ଡାୟନ’ର ସିକ୍ୱେଲ କରିବାକୁ ଚାହୁଁଛନ୍ତି ।

୨୦୦୩ ମସିହାରେ ଫୁଟପାଥ୍‍ ସିନେମା ମାଧ୍ୟମରେ ଡେବ୍ୟୁ କରିଥିଲେ ନାୟକ ଇମ୍ରାନ ହାସମୀ । ୨୦୦୪ ମସିହାରେ ରିଲିଜ ହେଲା ରାଜ ସିନେମା । ଏହି ସିନେମା ମାଧ୍ୟମରେ ବେଶୀ ପପୁଲାରିଟି ପାଇଲେ ଇମ୍ରାନ । ମର୍ଡର ମିଷ୍ଟ୍ରି ଆଉ ବୋଲଡ୍‍ ସିନ ଥିଲା ସିନେମାରେ । ଇମ୍ରାନଙ୍କ ଫ୍ୟାନ୍ ଫଲୋୟରସ ବଢିବାରେ ଲାଗିଲା । ଜେହର୍‍ କଲିୟୁଗ୍‍, ଗ୍ୟାଙ୍ଗଷ୍ଟାର, ଜନତ୍‍, ଜନତ୍‍-୨ ରାଜ୍‍ -୨ ରାଜ-୩,ମର୍ଡର ୨ ଭଳି ସିନେମାର ଅଭିନୟ କରିଛନ୍ତି । ଇମ୍ରାନ ନିଜ ଅଭିନୀତ ସିନେମାର ସିକ୍ୱେଲରେ ନଜର ଆସିଛନ୍ତି । ଏବେ ସେ ଚାହୁଁଛନ୍ତି ଆୱାରପନ୍‍,ରାଜା ନଟବର ଲାଲ୍‍ , ଡାର୍ଟି ପିକଚର, ଏବଂ ଏକ ଥା ଡାୟନର ସିକ୍ୱେଲ କରିବାକୁ ।

ଇମ୍ରାନ ହାସମୀ ଏଭଳି ଜଣେ ଅଭିନେତା ଯିଏ ନିଜ ଫିଲ୍ମର ପ୍ରତି ସିକ୍ୱେଲରେ ଲିଡ ରୋଲରେ ନଜର ଆସିଛନ୍ତି । ବୋଲଡ୍‍ ଆଉ କିସିଂ ଇମେଜ ଛାଡି ଅଲଗା ଚରିତ୍ର ପାଇଁ ବେଶୀ ଇଣ୍ଟ୍ରେସେଡ୍‍ ଅଛନ୍ତି ନାୟକ । ହରର ସିନେମାକୁ ବି ବେଶୀ ପସନ୍ଦ କରନ୍ତି ଏହି ଅଭିନେତା ଜଣଙ୍କ । ,ଏବେ ଆସିବାକୁ ଯାଉଛି ତାଙ୍କର ଆଉ ,ଏକ ହରର ସିନେମା 'ଡାଏବୁକ୍‍' । ଯେଉଁଥିରେ ତାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ନିକିତ୍ତା ଦତ୍ତା । ଫୁଲ ଅଫ୍‍ ସସପେନସ୍‍ ଆଉ ଥ୍ରିଲର ଏବଂ ହରର ଫେଣ୍ଟା ଫେଣ୍ଟି କାହାଣୀ ।

ଆୱାରାପନ୍‍ ସିନେମା ପାଇଁ ଅଧିକାଂଶ ଦଶର୍କ ତାଙ୍କୁ କହୁଛନ୍ତି ସିକ୍ୱେଲ ପାଇଁ । ୨୦୦୭ ମସିହାରେ ରିଲିଜ ହୋଇଥିଲା ଏହି ସିନେମା । ଲଭ ଷ୍ଟୋରୀ ସହ ଗ୍ୟାଙ୍ଗଷ୍ଟାର ବେସଡ୍‍ ସିନେମା । ଏହି ସିନେମା ବକ୍ସ ଅଫିସରେ ଫ୍ଲପ୍‍ ହୋଇଥିଲେ ମଧ୍ୟ ଇମ୍ରାନଙ୍କ କ୍ୟାରିୟରର ବେଷ୍ଟ ପରଫରମାନର୍ସ ହୋଇପାରିଥିଲା । ସେଥିପାଇଁ ନାୟକଙ୍କ ଇଛା ଏହି ସିନେମାର ସିକ୍ୱେଲରେ ଅଭିନୟ କରିବାକୁ । ଏହା ସହତି ଡାଟି ପିକଚର କାହାଣୀର ବି ସିକ୍ୱେଲ ପାଇଁ ସେ ଇଚ୍ଛୁକ ଅଛନ୍ତି । ତେବେ ଦେଖାଯାଉ ଇମ୍ରାନ ହାସମୀଙ୍କ କେଉଁ ସିନେମାର ସିକ୍ୱେଲ ଆଗକୁ ଆସିବ ।