• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଟିମ୍ ଇଣ୍ଡିଆର ଫଟୋ ସେୟାର କଲେ ଅନୁଷ୍କା 

  • ଟିମ୍ ଇଣ୍ଡିଆର ବିଜୟକୁ ନେଇ ଖୁସିରେ ଝୁମିଲେ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ଭାରତୀୟ କ୍ରିକେଟ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ପ୍ରଦର୍ଶନ କରିଥିଲା । ତେବେ ଏ ନେଇ ଅନୁଷ୍କାଙ୍କ ଖୁସିର ସୀମା ନଥିଲା । ଭାରତୀୟ ଦଳ ଓଭାଲ ଟେଷ୍ଟ ଜିତିଛି। ଏଭଳି ପରିସ୍ଥିତିରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଫଟୋ ଏବଂ ପୁରା ଟିମର ଫଟୋ ସେୟାର କରିଛନ୍ତି ।

ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ପୂରା ଭାରତୀୟ ଦଳ ଏକାଠି ନଜର ଆସିଛନ୍ତି । ଏହି ଫଟୋ ଶେୟାର କରି କ୍ୟାପସନରେ ଅନୁଷ୍କା 'ଏହି ଦଳ' ଲେଖିଥିଲେ ଏବଂ ଏହା ସହିତ ବ୍ଲୁ ହାର୍ଟର ଏକ ଇମୋଜି ଲଗାଇ ଥିଲେ ।

ସୂଚନା ଅନୁସାରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟରେ ୧୫୭ ରନ୍‌ରେ ଜିତିଥିଲା। ଏହା ସହ ଭାରତ ମଧ୍ୟ ଟେଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି । ଟିମ୍ ଇଣ୍ଡିଆର ବିଜୟ ପରେ କ୍ୟାପଟେନ ବିରାଟ କୋହଲିଙ୍କ ଜିତିବାର ସେଲିବ୍ରେସନ ଫଟୋଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ଏହାଛଡ଼ା କ୍ୟାପଟେନ୍ ବିରାଟ କୋହଲି ତାଙ୍ଇକ ନଷ୍ଟାଗ୍ରାମରେ ଟିମ୍ ଇଣ୍ଡିଆ ସହ ଅନେକ ଫଟୋ ସେୟାର କରିଛନ୍ତି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ କଠିନ ପରିସ୍ଥିତିରେ ମନୋବଳ ଦୃଢ଼ ହୋଇଯାଏ ।

ସୂଚନା ଅନୁସାରେ ଅନୁଷ୍କା ଶର୍ମା ତାଙ୍କ ଝିଅ ଭାମିକାଙ୍କ ସହ ଇଂଲଣ୍ଡରେ ବିରାଟଙ୍କ ସହ ଅଛନ୍ତି । ଅନୁଷ୍କା ଓ ବିରାଟ ଭାରତୀୟ ଦଳ ସହ ସମୟ ବିତାଉଛନ୍ତି । ଏହା ବ୍ୟତୀତ ସେ ବିରାଟଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଯାଇ ସେଠାକାର ଖାଇବାର ମଜା ମଧ୍ୟ ନେଉଛନ୍ତି । ନିକଟରେ ଉଭୟ ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଇଭେଣ୍ଟକୁ ଯାଇ ସେଠାରେ ଶାକାହାରୀ ଖାଦ୍ୟ ଉପଭୋଗ କରିଥିଲେ ।

ଅନୁଷ୍କା ଶର୍ମା ଏବେ ଫିଲ୍ମ ଦୁନିଆଠାରୁ ଦୂରରେ ଅଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି । ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଶେଷଥର ପାଇଁ ଅନୁଷ୍କାଙ୍କୁ ଫିଲ୍ମ 'ଜିରୋ'ରେ ଦେଖିବାକୁ ମିଳିଥିଲା । ଏବେ ସେ ଫିଲ୍ମ ଦନିଆଠାରୁ ଦୂରେଇ ରହିଥିବା ବେଳେ ଝିଅ ଭାମିକା ଓ ବିରାଟଙ୍କ ସହ ସମୟ ବିତଉଛନ୍ତି ।