• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବଡ଼ ପରଦାରେ କମେଡିର ଯାଦୁ ଦେଖେଇବେ ଅକ୍ଷୟ ଓ ଇମ୍ରାନ୍

ମୁମ୍ବାଇ: ମହାରାଷ୍ଟରେ ସିନେମା ହଲ୍ ଖୋଲିବା ଘୋଷଣା ହେବା ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁସିର ଲହରୀ ଖେଳି ଯାଇଛି । ଏହି ଘୋଷଣା ହେବା ପରେ ଅନେକ ପ୍ରଡକସନ୍ ହାଉସ୍ ଫିଲ୍ମ ରିଲିଜର ଡେଟ୍ ଘୋଷଣା କରିଥିଲେ । ଏହା ଭିତରେ ଖିଲାଡ଼ି ଷ୍ଟାର ଅ‍କ୍ଷୟ କୁମାରଙ୍କ ଏକ ଫିଲ୍ମ ଆଗକୁ ନିର୍ମିତ ହେବାକୁ ଯାଉଛି । ସବୁଠୁ ଇଣ୍ଟ୍ରେଷ୍ଟିଙ୍ଗ୍ କଥା ହେଉଛି ଏହି ଫିଲ୍ମରେ ୨ ଜଣ ଅଭିନେତାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ।

ମିଡିଆ ରିପୋର୍ଟ ଅନୁଯାୟୀ ଅକ୍ଷୟ କୁମାରଙ୍କ ସହ ଇମ୍ରାନ୍ ହାଶ୍ମୀଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହେବ । ଫିଲ୍ମରେ ରାଜ ମେହେଟ୍ଟା ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ସୂଚନାନୁସାରେ, ଅକ୍ଷୟ କୁମାର ଏବଂ ଇମ୍ରାନଙ୍କ ଏହି ଫିଲ୍ମ ବହୁତ ମଜାଦାର ଓ ଏଣ୍ଟରଟେନମେଣ୍ଟରେ ଭରପୁର ହେବ । ପ୍ରଥର ଥର ପାଇଁ ଏହି ୨ କଳାକାର ବଡ଼ ପରଦାରେ କମେଡିର ଯାଦୁ ଦେଖେଇବେ । ଏଥିରେ ଉଭୟ ଅକ୍ଷୟ ଓ ଇମ୍ରାନ୍ ହାଶ୍ମୀଙ୍କ ମଧ୍ୟରେ କିଛି ଭୁଲ ବୁଝାମଣା ପାଇଁ ପରସ୍ପର ସହ ଲଢେଇ ହେଉଥିବାର ଫିଲ୍ମରେ ଦେଖିବାକୁ ମିଳିବ । 

ବର୍ତ୍ତମାନ ଅକ୍ଷୟ କୁମାରଙ୍କ ହାତରେ ଅନେକ ଫିଲ୍ମ ରହିଥିବା ବେଳେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀରେ’, ‘ସିନ୍ଦୂର’, ‘ରାମ ସେତୁ’ ଏବଂ ‘ରକ୍ଷାବନ୍ଧନ’ ଆଦି ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସୂର୍ଯ୍ୟବଂଶୀ'ର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଫିଲ୍ମରେ 'ସୂର୍ଯ୍ୟବଂଶୀ'ରେ ଅକ୍ଷୟ କୁମାର ସହିତ ଅଜୟ ଦେବଗନ୍, ରଣଭୀର ସିଂ ପ୍ରମୁଖ ଅଭିନେତା ନଜର ଆସିବେ ।

ଇମ୍ରାନ୍ ହାଶ୍ମୀ ମଧ୍ୟ ଫିଲ୍ମ 'ଟାଇଗର' 'ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ତାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଫଟୋରେ ଇମ୍ରାନଙ୍କ ଲୁକରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ​​ । ଅନ୍ୟପକ୍ଷରେ ନିର୍ଦେଶକ ରାଜ ମେହେଟ୍ଟା ତାଙ୍କର ଅପକମିଙ୍ଗ୍ ଫିଲ୍ମ ଜୁଗ୍ ଜୁଗ୍ ଜିଓ ପାଇଁ ସେ ବ୍ୟସ୍ତ ଅଛନ୍ତି । ଯାହାକି ଶୀଘ୍ର ରିଲିଜ୍ ହେବାକୁ ଯାଉଛି ।