• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା

  • ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଛାଡ ହେବ ପରୀକ୍ଷା ଫି

  • ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀ ପଂଜୀକରଣ ଫି ଦେବେ ନାହିଁ

ନୂଆଦିଲ୍ଲୀ : କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେ ଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ । ଏ ସମ୍ପର୍କରେ ସବୁ ସ୍କୁଲ ମାନଙ୍କୁ ସିବିଏସଇ ପକ୍ଷରୁ ଜଣାଇ ଦିଆଯାଇଛି । ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆସନ୍ତା ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ।

ବର୍ତ୍ତମାନ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି । ସେପ୍ଟେମ୍ବର ୨୦ରେ ଜାରି କରାଯାଇଥିବା ଏକ ସର୍କୁଲାରରେ ସିବିଏସ୍ଇ ବିଦ୍ୟାଳୟଗୁଡିକୁ କହିଛି ଅନଲାଇନ୍ ଜମା କରିବା ତାରିଖ ସେପ୍ଟେମ୍ବର ୧୭ ରୁ ଆରମ୍ଭ ହୋଇଛି । ବିନା ଫାଇନରେ ସେପ୍ଟେମ୍ବର ୩୦ରେ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା ।

କରୋନା ମହାମାରୀ ଯୋଗୁଁ ଦେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ବୋଲି ସିବିଏସ୍ଇର କଣ୍ଟ୍ରୋଲର୍ ଅଫ୍ ଏକ୍ସାମିନେସନ୍ ଏକ ବିବୃତ୍ତିରେ କହିଛି । ଏହା ଛାତ୍ରମାନଙ୍କ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି । କିଏ ପରିବାର ପରିଜନଙ୍କୁ ହରାଇଛି ତ ଆଉ କିଏ ବାପାମା’କୁ ହରାଇଛି । ଏଭଳି ପରିସ୍ଥିତିରେ ସେହି ଛାତ୍ରମାନଙ୍କଠାରୁ ପରୀକ୍ଷା ଫି ଏବଂ ପଞ୍ଜୀକରଣ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ କରୋନା ମହାମାରୀର ଦ୍ୱିତୀୟ ଲହରୀରେ ଦେଶରେ ଅନେକ ସଂଖ୍ୟକ ପିଲା ଅନାଥ ହୋଇଯାଇଛନ୍ତି । ସରକାରୀ ତଥ୍ୟ ଅନୁସାରେ ଜୁନ୍ ୨୦୨୧ ସୁଦ୍ଧା ଦେଶରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ଥିଲା ।