• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ 
     

  • ଉଚ୍ଚତର ଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ମେଧାବୃତ୍ତି 
     

  • ଇମ୍ଫାର ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ

 ଭୁବନେଶ୍ୱର: ଇମ୍ଫାର ବଂଶୀଧର ଓ ଇଲା ଫାଉଣ୍ଡେସନ ପକ୍ଷରୁ ୬ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ଦିଆଯାଇଛି । ଉଚ୍ଚତର ଶିକ୍ଷାପାଇଁ ପ୍ରଫେସର ଘନଶ୍ୟାମ ଦାଶ ମେଧାବୃତ୍ତି ନାମରେ ନାମିତ ଏହି ଛାତ୍ରବୃତ୍ତିକୁ ଭର୍ଚୁଆଲ ମୋଡରେ ପ୍ରଦାନ କରାଯାଇଥିଲା  । ଏହି ଛାତ୍ରବୃତ୍ତି ମନୋନୀତ ମେଧାବୀ ଛାତ୍ରଛାତ୍ରୀଙ୍କ ପୁରା କୋର୍ସ ବାବଦ ଶିକ୍ଷା ଓ ଆନୁସଙ୍ଗିକ ଖର୍ଚ୍ଚର ୯୦ ପ୍ରତିଶତ ଅଥବା ଜଣପିଛା ସର୍ବାଧିକ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମେଧାବୃତ୍ତି ଦିଆଯିବ ।

ଇମ୍ଫାର ମ୍ୟାନେଜିଂ ଡିରେର ତଥା ଟ୍ରଷ୍ଟି ଶୁଭ୍ରକାନ୍ତ ପଣ୍ଡା ମୋଧାବୀ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିଲେ।  ଏହି ଉତ୍ସବରେ ଇମ୍ଫା ଏବଂ ବଂଶୀଧର ଓ ଇଲା ଫାଉଣ୍ଡେସନ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ୨୦୦୫ ମସିହାରୁ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଇମ୍ଫା ପକ୍ଷରୁ ବିଶିଷ୍ଟ ଐତିହାସିକ ଘନଶ୍ୟାମ ଦାଶ ସ୍ମାରକୀ ନାମରେ ପ୍ରତିବର୍ଷ ଏହି ଛାତ୍ରବୃତ୍ତି ଦିଆଯାଉଛି।