• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଜି ଆସିବ ଯୁକ୍ତ ୨ ରେଜଲ୍ଟ

  • ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ

  • କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ହୋଇନାହିଁ

  • ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି

  •  ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ ।  ସନ୍ଧ୍ୟା ୫ଟା ପରେ ‌ଯେକୌଣସି ସମୟରେ www.orisssaresults.nic.in ୱେବ୍‌ସାଇଟ୍‌ରେ ପରୀକ୍ଷାଫଳ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଏହି ୱେବସାଇଟରେ ରୋଲ ନମ୍ବର ଦେବା ପରେ ପରୀକ୍ଷା ଫଳ ଜାଣି ପାରିବେ । ଏନେଇ ପୂର୍ବରୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । 

ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଏ ବର୍ଷ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟପଟେ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଥିବା ପୂର୍ବରୁ ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଥିଲା ।

କରୋନା ସମୟରେ ପାଠ୍ୟକ୍ରମ ସହ ଜଡ଼ିତ ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟ ଲାଗୁଛି ।  ଉଭୟ କଳା ଓ ଧନ୍ଦାମୂଳକ ଶିକ୍ଷାର ପାଠ୍ୟକ୍ରମର ପରୀକ୍ଷା ଫଳ ଶୀଘ୍ର ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରିଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେପଟେ ଗତ କାଲିଠାରୁ ଆରମ୍ଭ ହୋଇଯାଇଛି ଅଫଲାଇନ୍ ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ଦେଉଛନ୍ତି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ I ପ୍ରାୟ ୧୧ହଜାର ୧୫୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି  । ଏଥିପାଇଁ ୫୦୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ସମସ୍ତ ଶିକ୍ଷକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଭିଡ୍ ସ୍କ୍ଵାଡ୍ ଗଠନ କରାଯାଇଛି ।