• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।

  • ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ।

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ତରବରିଆ ଭାବେ ୬ମାସରେ ୪ଟି ସେମିଷ୍ଟରର ଅଫଲାଇନ ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ବିକ୍ଷୋଭ କରୁଛନ୍ତି ଛାତ୍ରଛାତ୍ରୀ । ଏହା ବାର କାଉନ୍‌ସିଲ ନିୟମର ବିରୋଧାଚରଣ କରୁଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ୟୁନିଭରସିଟି ଲ’ କଲେଜ, କ୍ୟାପିଟାଲ ଲ’ କଲେଜ, ଏମ୍ ଏସ୍ ଲ’ କଲେଜ ଏବଂ ଦି ଲ’ କଲେଜ ଛାତ୍ରଛାତ୍ରୀମାନେ ଏହି ବିକ୍ଷୋଭରେ ସାମିଲ୍ ହୋଇଛନ୍ତି । ଶିକ୍ଷାର୍ଥୀଙ୍କର ୭, ୮, ୯, ୧୦ ସେମିଷ୍ଟର ଅନଲାଇନ ମୋଡ୍‌ରେ କରିବାକୁ ନେଇ କୁଳପତିଙ୍କ ଉଦ୍ଦେଶ୍ୟରେ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି । ଏନେଇ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାନଗଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ଆଇନ ଛାତ୍ରଛାତ୍ରୀ ।

ସେପଟେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୨୫ରେ ବସିବାକୁ ଥିବା ପରୀକ୍ଷା କମିଟିରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।