• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ BPEd ଛାତ୍ରଛାତ୍ରୀ ।

  • ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ପଶିଲେ ହଙ୍ଗାମା କଲେ ।

  • ଟେକି ନେଇ ପୋଲିସ ବିଦା କଲା।

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ କାର୍ଯ୍ୟାଳୟ ଘେରିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେଶନ ବା BPEd ଛାତ୍ରଛାତ୍ରୀ । ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନତାଲାର ଷଷ୍ଠ ମହଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦେଶଳାୟ ସମ୍ମୁଖରେ ଧାରଣାରେ ବସିଲେ । ପିଲାଙ୍କ ଭୟରେ ନିର୍ଦେଶାଳୟ ପକ୍ଷରୁ ଏହାର ମୁଖ୍ୟ ଫାଟକକୁ ତାଲା ପକାଇ ଦିଆଯାଇଛି । ନିକଟରେ ପ୍ରକାଶିତ ୧୨୬୦ ହାଇସ୍କୁଲ PET ପଦବୀର ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି BPEd ଛାତ୍ରଛାତ୍ରୀ ।

ସରକାର ପ୍ରକାଶ କରିଥିବା ନିଯୁକ୍ତି ବିଜ୍ଞାପନରେ PET ପଦବୀ ଲାଗି ଯୁକ୍ତ ଦୁଇରେ ସାଧାରଣ ବର୍ଗ ପିଲାଙ୍କ ପାଇଁ ୫୦% ମାର୍କ, ଅନ୍ୟ ବର୍ଗ ପିଲାଙ୍କ ପାଇଁ ୪୫% ମାର୍କ ସହ BPEd ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ରହିଛି । ଏହା ଯୋଗୁ ଯୁକ୍ତ ଦୁଇରେ କମ ମାର୍କ ରଖିଥିବା ବହୁ BPEd ଛାତ୍ରଛାତ୍ରୀ PET ଆବେଦନରୁ ବାଦ ପଡ଼ିବେ । ଏମିତି ହେଲେ ଛାତ୍ରଛାତ୍ରୀ ହାସଲ କରିଥିବା BPEd ସାର୍ଟିଫିକେଟ୍ ମୂଲ୍ୟହୀନ ହୋଇଯିବ ବୋଲି କହିଛନ୍ତି ।

ଏନେଇ ବିଭାଗୀୟ ମନ୍ତ୍ରୀ ଓ ନିର୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ତୁରନ୍ତ PET ଯୋଗ୍ୟତା ମାନଦଣ୍ଡ ସଂଶୋଧନ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଦାବି ପୂରଣ ନ ହେବା ଯାଏ ନିର୍ଦେଶାଳୟ ସମ୍ମୁଖରୁ ନ ଉଠିବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ ।

ଛାତ୍ରଛାତ୍ରୀଙ୍କ ବିକ୍ଷୋଭକୁ ରୋକିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ନଅତାଲାରେ ପହଞ୍ଚିଥିଲା । ସେଠାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଆୟତ୍ତ କରିବାରେ ପୋଲି ବିଫଳ ହୋଇଥିଲା । ଫଳରେ ବଳପୂର୍ବକ ସେଠାରୁ ଛାତ୍ରଛାତ୍ରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା ପୋଲିସ । ଏମିତିକି କିଛି ଛାତ୍ରଙ୍କ ଗୋଡ଼ ହାତ ଧରି ପୋଲିସ କର୍ମୀମାନେ ଟେକି ଟେକି ଛଅ ମହଲା ତଳକୁ ନେବାର ଦେଖାଯାଇଥିଲା । ଏହାରି ଭିତରେ ଜଣେ ଛାତ୍ରଙ୍କ ସାର୍ଟ ମଧ୍ୟ ଚିରିଯାଇଛି ।