• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡାର ତହସିଲଦାର ତଥା ଇନଚାର୍ଜ ସବ-ରେଜିଷ୍ଟ୍ରାର ରାମଚନ୍ଦ୍ର ଜେନା ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଓ ତାଙ୍କ ସାନଭାଇ ଲକ୍ଷ୍ମଣ ଜେନାକୁ ମଧ୍ୟ ଗିରଫ କରାଯାଇଛି । ରାମଚନ୍ଦ୍ରଙ୍କ କଳା ଟଙ୍ତାକୁ ଭାଇ ଲକ୍ଷ୍ମଣ ମ୍ୟାନେଜ୍ କରୁଥିଲା ।

ଲକ୍ଷ୍ମଣର ଏବେ ସେଭଳି କୌଣସି ରୋଜଗାର ନାହିଁ । କିନ୍ତୁ ତା’ର ବ୍ୟାଙ୍କ ଆକାଉଣ୍ଟରେ ରହିଛି ଲକ୍ଷ ଲକ୍ଷ ଟଙ୍କା । ଲକ୍ଷ୍ମଣ ୨୦୦୨ ମସିହାରେ ଟ୍ରକ ହେଲପର ଭାବେ କାମ କରୁଥିଲା । ୨୦୦୬ ମସିହାରେ ଟ୍ରକ ଡ୍ରାଇଭର ହେଲା । ୨୦୧୩ ମସିହାରେ ଭୁବନେଶ୍ୱରରେ ଟ୍ୟାକ୍ସି ଚଳାଉଥିଲା । ୨୦୧୮ରେ ମୋ ବସ୍ ର ଡ୍ରାଇଭର ଭାବେ ଚାକିରି କରିଥିଲା । ଏବେ ସେ କିଛି କରୁନି ।

ଲକ୍ଷ୍ମଣ ଭିଜିଲାନ୍ସ ଅଧିକାରୀଙ୍କ ନିକଟରେ ସ୍ୱୀକାର କରିଛି ଯେ, ଗତ ସେପ୍ଟେମ୍ୱର ମାସର ତା ଭାଇ ତାକୁ ତିନିଥର ନିମାପଡାକୁ ଡାକିଥିଲା । ଥରେ ଅଢେଇ ଲକ୍ଷ, ଥରେ ୫ ଲକ୍ଷ ଓ ପୁଣିଥରେ ଅଢେଇ ଲକ୍ଷ ଟଙ୍କା ସେ ତା ଭାଇଠାରୁ ନେଇଥିଲା । ଏହି ଟଙ୍କାକୁ ନେଇ ସେ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଛି । ଏହି ବ୍ୟାଙ୍କ ପାସବୁକ୍ ଭିଜିଲାନ୍ସ ଜବତ କରିଛି । ସେ ଏକଥା ମଧ୍ୟ କହିଛି, ଗତକାଲି ତା ଭାଇ ତାକୁ ଫୋନ୍ କରିଥିଲା। ଆଜି ସକାଳେ ୪ଲକ୍ଷ ୫୦ ହଜାର ଟଙ୍କା ନେଇଯିବାକୁ କହିଥିଲା । ସେ ଅନୁସାରେ ଆଜି ସେ ନିମାପଡାରେ ଭାଇ ପାଖରେ ପହଞ୍ଚିଥିଲା । ଏହି ଘଟଣାରେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରାଯାଇ ଭୁବନେଶ୍ୱରରେ କୋର୍ଟଚାଲାଣ କରାଯାଇଛି ।

Ram Chandra JenaRam Chandra Jena

ରାମଚନ୍ଦ୍ରଙ୍କ ନିକଟରୁ ୪ ଲକ୍ଷ ୬୫ ହଜାର ଟଙ୍କା ନଗଦ ଅର୍ଥ ଜବତ କରାଯାଇଛି । ତାଙ୍କ ସରକାରୀ ବାସଭବନରୁ ମଧ୍ୟ ୫୦ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସ କର୍ମଚାରୀମାନେ ଜଣେ ଆଡିସନାଲ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସପି ଏକ ସଙ୍ଗେ କଟକ ସିଡିଏ ସେକ୍ଟର-୧୧ରେ ଥିବା ରାମଚନ୍ଦ୍ରଙ୍କ ଘର,କେନ୍ଦ୍ରାପଡା ଧାନମଣ୍ଡଳରେ ଥିବା ପୈତୃକ ଘର ଓ ନିମାପଡା ସରକାରୀ ବାସଭବନରେ ଚଢାଉ କରିଥିଲେ ।

Ram Chandra Jena Fake Pan CardRam Chandra Jena Fake Pan Card

ରାମଚନ୍ଦ୍ରଙ୍କ ନାଁରେ ଏହା ହେଉଛି ତୃତୀୟ ଭିଜିଲାନ୍ସ ମାମଲା । ଏହା ପୂର୍ବରୁ ସେ ଅନଗୁଳରେ ଲ୍ୟାଣ୍ଡ ସେଟେଲମେଣ୍ଟ ଅଫିସର ଥିବାବେଳେ ତାଙ୍କ ନାମରେ ଭିଜିଲାନ୍ସ କେସ୍ ହୋଇଥିଲା । ସେ ବ୍ୟାପକ ହେରଫେର କରିଥିବାର ଅଭିଯୋଗ ହୋଇଥିଲା । ଏହାପୂର୍ବରୁ ସେ କେନ୍ଦୁଝରରେ ରେଭେନ୍ୟୁ ଅଫିସର ଓ ଭଦ୍ରକରେ ଡେପୁଟି କଲେକ୍ଟର ଥିଲେ । ୨୦୧୧ ମସିହାରେ ତାଙ୍କ ବିରୋଧରେ ଗୋଟିଏ ଭିଜିଲାନ୍ସ କେସ୍ ହୋଇଥିବାବେଳେ ୨୦୧୮ ମସିହାରେ ଆଉ ଗୋଟିଏ ଭିଜିଲାନ୍ସ କେସ୍ ହୋଇଥିଲା । ଦୁଇଟି ଭିଜିଲାନ୍ସ କେସ୍ ହେବା ପରେ ଗତ ବର୍ଷ କଟକ ସିଡିଏରେ ସେ ଘର କିଣିଛନ୍ତି । ଭିଜିଲାନ୍ସ କର୍ମଚାରୀମାନେ ତାଙ୍କ ସମ୍ପତ୍ତି ଉପରେ ଅଧିକ ଯାଞ୍ଚ କରୁଛନ୍ତି । ରାମଚନ୍ଦ୍ର ନିଜ ନାଁରେ ୫ଟି ପାନ୍ କାର୍ଡ କରିଛନ୍ତି । ଏହା ଏକ ବଡ ଜାଲିଆତି ବୋଲି କହିଛନ୍ତି ଜଣେ ଭିଜିଲାନ୍ସ ଅଧିକାରୀ ।

Currency SeizedCurrency Seized