• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ଡରାଇଲେ ମାଓବାଦୀ ।

  • ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର ।

  • ପ୍ରଶାସନକୁ ଦେଲେ ଚେତାବନୀ ।

ପୁଣି ଡରାଇଲେ ମାଓବାଦୀ । ଚାରିଆଡ଼େ ମାରିଲେ ବ୍ୟାନର ପୋଷ୍ଟର । ପ୍ରଶାସନକୁ ଦେଲେ ଚେତାବନୀ । ନବରଙ୍ଗପୁର ଝରିଗାଁ-ଚନ୍ଦାହାଣ୍ଡି ରାଜ୍ୟ ରାଜପଥରେ ଥିବା ସିଙ୍ଗାଡି ଘାଟି ଠାରେ ମାଓ ପୋଷ୍ଟର ଓ ବ୍ୟାନର । ମାଓବାଦୀମାନେ ଗଛ କାଟିବା ସହ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖିବାକୁ ମିଳିଛି । ବ୍ଲକ୍ ଅନ୍ତର୍ଗତ ତେଲନଦୀଗାଁ ବିଲେଇଲାଠି ନିକଟରେ ତେଲନଦୀ ଉପରେ ପ୍ରସ୍ତାବିତ ଡ୍ୟାମ ଏବଂ ଜଳ ବିଦ୍ୟୁତ ପ୍ରକଳ୍ପକୁ ବିରୋଧ କରି ପୋଷ୍ଟର ଲଗାଇଛନ୍ତି ମାଓବାଦୀ ।

ପ୍ରକଳ୍ପ ହେଲେ ଝରିଗାଁ, ଉମରକୋଟ ଓ ରାଇଘର ବ୍ଲକ୍‌ର ପ୍ରାୟ ୧୦୦୦ ପରିବାର ବିସ୍ଥାପିତ ହେବେ ବୋଲି ବ୍ୟାନରରେ ଉଲ୍ଲେଖ ରହିଛି । ଏକ ବିଶାଳକାୟ ଗଛ କାଟି ରାସ୍ତା ଉପରେ ପକାଇବା ସହ ସେଥିରେ ବ୍ୟାନର ବାନ୍ଧିଛନ୍ତି । ଏହାଦ୍ୱାରା ରାସ୍ତାର ଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି । ସାଧାରଣ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ଖବରପାଇ ଘଟଣାସ୍ଥଳରେ ଝରିଗାଁ ପୋଲିସ ପହଂଚି ଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏଭଳି ମାଓ ପୋଷ୍ଟର ଓ ବ୍ୟାନର ଜବତ ହୋଇଛି । ପ୍ରଶାସନର କାର୍ଯ୍ୟଶୈଳି ଉପରେ ଅସନ୍ତୋଷ ବ୍ୟକ୍ତ କରିବାକୁ ଥିଲେ କିମ୍ବା କୌଣସି କାର୍ଯ୍ୟକୁ ବିରୋଧ କରିବାକୁ ଥିଲେ ମାଓବାଦୀ ଏଭଳି ବ୍ୟାନର ଓ ପୋଷ୍ଟର ମାରିଥାନ୍ତି । ଏହି ପୋଷ୍ଟରରେ ପ୍ରଶାସନ ତଥା ସ୍ଥାନୀୟ ନେତାଙ୍କୁ ଚେତାବନୀ ଦିଆଯାଇଥାଏ ।

ଖାଲି ସେତିକି ନୁହେଁ ଯେତେବେ ମାଓବାଦୀମାନେ କୌଣସି ଉନ୍ନତିମୂଳକ କାର୍ଯ୍ୟକୁ ରୋକିବା ପାଇଁ ଠିକାଦାରମାନଙ୍କୁ ଆକ୍ରମଣ କରିଥାନ୍ତି କିମ୍ବା ସେମାନଙ୍କ ଯନ୍ତ୍ରାଂଶ ଓ ଗାଡ଼ିମଟରକୁ ପୋଡ଼ି ଦେଇଥାନ୍ତି ସେତେବେଳ ମଧ୍ୟ ଏମିତି ପୋଷ୍ଟର ଓ ବ୍ୟାନର ଲଗାଇ ପ୍ରଶାସନକୁ ଚେତାବନୀ ଦେଇଥାନ୍ତି ।

ତେବେ ଦିନକୁ ଦିନ ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପ ବଢ଼ୁଥିବା ବେଳେ ପୋଲିସ ପ୍ରଶାସନର କମ୍ବିଂ ଅପରେସନ ମଧ୍ୟ ଜୋରଦାର ହେଉଛି । ଏମିତିକି ଡିଜିପି ଅଭୟ ମାଓବାଦୀଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆହ୍ୱାନ୍‌ ଦେଇଥିଲେ ମଧ୍ୟ ତାହା ଶତପ୍ରତିଶତ ସଫଳ ହୋଇଥିବା ଦେଖାଯାଉ ନାହିଁ ।