• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖଲିକୋଟ: ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିମ୍‌ । ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ୭୫ ଲକ୍ଷ ଟଙ୍କା ସହ ୮ କେଜିରୁ ଅଧିକ ସୁନା ଜବତ ହୋଇଛି । ଖାଲି ସତିକି ନୁହେଁ ଉକ୍ତ ଘରୁ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ମଧ୍ୟ ଜବତ କରିଛି ପୋଲିସ । ଖଜାପଲ୍ଲୀରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ରେଡ୍ କରାଯାଇଥିଲା ।

ଏକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇବା ପରେ ଏହି ନିଶା ବେପାରୀଙ୍କ ଘରେ ରେଡ୍ କରାଯାଇଥିଲା । ରେଡ୍‌ ବେଳେ ଏହି ବିପୁଳ ପରିମାଣର ଟଙ୍କା, ସୁନା ଗହଣା ଠାବ କରଯାଇଛି । ଏହି ମାମଲାରେ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣକ ରଜନିକାନ୍ତ ପଟ୍ଟନାୟକ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ, ରଜନୀକାନ୍ତ ପଟ୍ଟନାୟକ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ କିଣି ସ୍କୁଟିରେ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ପୋଲିସ୍‌ ଅଚାନକ ତାଙ୍କ ଘରେ ଚଢ଼ଉ କରିଥିଲା । ଏହି ସମୟରେ ପୋଲିସ ତାଙ୍କ ଘରୁ ୮ କେଜି ୫୯୮ ଗ୍ରାମ ସୁନା ଜବତ କରିଥିଲା । ଏହାଛଡ଼ା ନଗର ୭୫ ଲକ୍ଷ ୯ ହଜାର ଟଙ୍କା, ୩୪ କେଜି ୯୪ ଗ୍ରାମ ଗଞ୍ଜେଇ ଓ ୧୦ କେଜି ୧୦ ଗ୍ରାମ ଅଫିମ ଜବତ କରିଥିଲା ।

 

ଜଣେ ନିଶା ବେପାରୀ ଏତେ ପରିମାଣର ଅର୍ଥ ଓ ସୁନା କେଉଁ ଉପାୟରେ ଉପାର୍ଉଜନ କଲେ ? ତାହାର ହିସାବ ଦେଇପାରିନଥିଲେ ରଜନୀକାନ୍ତ । ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।