• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ଜାତୀୟ ଦଳ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଅନ୍ୟପଟେ କଂଗ୍ରେସ କର୍ମୀଙ୍କ ଆଚରଣ ଦଳକୁ ଆହୁରି ମହଙ୍ଗା ସାବ୍ୟସ୍ତ ହେଉଛି । ଦଳ ବେଳକୁ ବାଳ ରସା ତଳକୁ ଯାଉଥିବା କୁହାଯାଉଛି । କାରଣ ଆଜି ପ୍ରଥମେ ପୂର୍ବାହ୍ନ ସମୟରେ କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଥିବା ବେଳେ ସନ୍ଧ୍ୟାରେ ପିସିସି ସଭାପତିଙ୍କ କାର୍ଯ୍ୟାଳୟ ଆଗରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେମ୍ ପ୍ଲେଟ ଭାଙ୍ଗି ଦେଇଥିବା ବେଳେ ତାଙ୍କ ଚ୍ୟାମ୍ବର ସାମ୍ନାରେ ଅନେକ ଚେୟାର ମଧ୍ୟ ଭାଙ୍ଗାରୁଜା ହୋଇଛି । ଖାଲି ସେତିକି ନୁହେଁ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନେମ୍ ପ୍ଲେଟ ବି ଭାଙ୍ଗି ଦେଇଥିବା ଦେଖାଯାଇଛି । ତେବେ ଏହି ଭଙ୍ଗାରୁଜା କରିଥିବା ଯୁବକମାନେ କିଏ, ତାଙ୍କ ପଛରେ କିଏ ରହିଛନ୍ତି ତାହା କାହାରିକୁ ଜଣାନାହିଁ । ସେମାନଙ୍କୁ ଏବେ ସୁଦ୍ଧା ଚିହ୍ନଟ ମଧ୍ୟ ହୋଇନାହିଁ ।

Congress BhawanCongress Bhawan

ଏହି ଘଟଣାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏସବୁ ଆମ କଂଗ୍ରେସ ଦଳର ରୋଗ । ଯଦି ହାଇକମାଣ୍ଡ ଏମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତେବେ ଏମିତି ହୁଅନ୍ତା ନାହିଁ । ବାରମ୍ବାର ଏମିତି ହେଉଛି; କଣ କରୁଛନ୍ତି ସୋନିଆ, ରାହୁଲ ଗାନ୍ଧି । କିଛି ଆକ୍ସନ ହେଉନି ବୋଲି କହିଲେ ସୁର ।

 

ତେବେ ଆଜି ସକାଳେ ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିଲେ । ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦେଇଥିଲେ। । ଭଙ୍ଗାରୁଜା ପରେ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ ମାରିଥିଲେ ।  ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ? କାହିଁକି ଏଭଳି ଭଙ୍ଗାରୁଜା ହେଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନି । ଗତ ୨୦୧୯ ନିର୍ବାଚନ ବେଳେ ବି ପ୍ରାର୍ଥୀଙ୍କ ଟିକେଟ୍ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ । ଏବେ ପୁଣି ଥରେ ପିସିସି ଅଫିସ୍‌ରେ ଏଭଳି ଘଟଣା ଘଟିଛି । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । 

ଘଟଣାକୁ ନେଇ କଂଗ୍ରେସ ନେତା ନିହାର ରଞ୍ଜନ ବେହେରା କହିଛନ୍ତି, ‘କିଏ ଏହି ଭଙ୍ଗାରୁଜା କଲା ତାହା ଆମେ ଜାଣିନୁ । ହେଲେ ରାତି ୧୦ଟା ପର୍ଯ୍ୟନ୍ତ ସେଭଳି କିଛି ଘଟଣା ଘଟି ନଥିଲା । ସେମାନେ ଯୁବ କଂଗ୍ରେସର ବୋଲି ଶୁଣିବାକୁ ମିଳୁଛି । ହେଲେ ପ୍ରକୃତର ସେମାନେ କିଏ ତାହା ସିସିଟିଭିରୁ ହିଁ ଜଣାପଡ଼ିବ ।