• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ

  • ଚାକିରି ନାଁରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକଙ୍କୁ ଠକିଥିବା ଅଭିଯୋଗ

  • ଚାକିରି ପାଇଁ ଜଣପିଛା ୨୨ ହଜାର ଟଙ୍କର ସିକ୍ୟୁରିଟି ଦେଇଥିଲେ

କଳାହାଣ୍ଡି(ରାଜ କୁମାର ସିଂଦେଓ) : ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା । ଏଭଳି ସମୟରେ ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ବସିଛନ୍ତି । ଆଉ ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଅ ମାନଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି । କେବଳ ଏତିକି ନୁହେଁ ଠକେଇକୁ ଚେନ ସିଷ୍ଟମ ବେପାର କରି ଲୋକଙ୍କୁ ଫସେଇବା ଭଳି ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏପରି ଘଟଣା ଘଟିଛି । ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ୫ଜଣକୁ ଅଟକରଖି ପଚରା ଉଚରା କରୁଛି ଟାଉନ ଥାନା ପୋଲିସ ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା । ଚାକିରି ନାଁରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ଏହି ଚଢାଉ ହୋଇଛି । ଚାକିରି ପାଇଁ ଜଣପିଛା ଏହି କଂପାନିକୁ ୨୨ ହଜାର ଟଙ୍କାର ସିକ୍ୟୁରିଟି ଦେଇଥିବା ଅଭିଯୋଗ ରହିଛି ।

ଡାଟା ଅପରେଟର,ଅଫିସ କାମ ଭଳି ନିଯୁକ୍ତି ଦିଆଯିବ ବୋଲି ଚାକିରି ଆଶାୟୀଙ୍କୁ କୁହାଯାଉଛି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟାନ୍ୟ କାମରେ ତାଲିମ ଦିଆଯାଇ ଚେନ ସିଷ୍ଟମ ବିଜନେସରେ ଲଗାଯାଉଛି । ତାଲିମ ସମୟରେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ବାହାରକୁ ଛଡ଼ାଯାଉନାହିଁ । ଚାକିରୀ ଆଶାୟୀ ଯୁବକ ମାନଙ୍କୁ ଗୃହବନ୍ଦୀ ଭାବେ ରଖାଯାଉଛି ବୋଲି ମଧ୍ୟ ଅଭିଯୋଗ ରହିଛି ।

ତେବେ ବିହାରର ଜଣେ ଯୁବକ ସେଠାରୁ ବହୁ କଷ୍ଟରେ ଆସି ଏହି ସଂସ୍ଥାର କାର୍ଯ୍ୟ କଳାପ ବିଷୟରେ ସମସ୍ତ କଥା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ପୋଲିସ ସୂଚନା ପାଇ ଉକ୍ତ ସ୍ଥାନକୁ ଯିବା ପରେ ସଂପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରିବା ସହ ଜବତ କରିଛନ୍ତି । ଏଥିସହ ସଂସ୍ଥାର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଟାଉନ ଥାନାକୁ ଆଣି ପଚରା ଉଚରା କରୁଥିବା ଜଣାଯାଇଛି। ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏପଟେ ଏହି ଠକେଇର ସମ୍ପୃକ୍ତ ଥିବା ଯୁବକ ସଂଜୀବ ଜେନା ଚାକିରୀ ନୁହଁ ବରଂ ବିଜିନେସ କରୁଥିବା କଥାକୁ ସ୍ୱୀକାର କରିଛନ୍ତି ।