• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମୁମ୍ବାଇ: ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା

  • ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ପ୍ରତିକ୍ରିୟା

  • ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି

ଭୁବନେଶ୍ୱର : ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ମୁମ୍ବାଇ ବୁଲିବାକୁ ଯାଇଥିଲା ପୁଅ । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ଗଞ୍ଜେଇ  ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ତା’ର ଲିଙ୍କ୍ ନାହିଁ । ଘଟଣାକୁ ଯେଉଁଭଳି ଭାବରେ ହାଇଲାଇଟ୍ କରାଯାଉଛି, ସେଭଳି କୌଣସି ଅପରାଧ କରିନି ବୋଲି ସେ କହିଛନ୍ତି । ରାଉରକେଲାରୁ ୩୭ ଜଣ ଯୁବକ ମୁମ୍ବାଇ ବୁଲିବାକୁ ଯାଇଥିଲେ ।  ଗିରଫ ଅନ୍ୟ ଓଡ଼ଇା ଯୁବକ ଅଭିନ ସାହୁ ମନୀଷଙ୍କ ବନ୍ଧୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡ଼ିଆଙ୍କୁ ଗିରଫ କରିଛି NCB । ମୁମ୍ବାଇ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟରୋର ସୂଚନା ଅନୁଯାୟୀ, ୨ ଯୁବକ ହେଉଛନ୍ତି ରାଉରକେଲା ଟାଉନସିପର ମନୀଷ ରାଜଗରିଆ ଏବଂ ଅଭିନ୍ ସାହୁ । ମନୀଷଙ୍କ ଠାରୁ ୨.୪ ଗ୍ରାମ ଗଂଜେଇ ଜବତ ହୋଇଥିବା ନେଇ କୋର୍ଟଙ୍କୁ ଜଣାଇଛି NCB ।

ସେହିପରି ଅଭିନ କ୍ରୁଜରେ ୨ଥର ଗଂଜେଇ ଟାଣିଥିବା ନେଇ ନିଜେ ମାନିଥିବା NCB କୋର୍ଟଙ୍କୁ ଅବଗତ କରାଇଛନ୍ତି । ତେବେ କ୍ରୁଜରେ ଡ୍ରଗ୍ସ ପାର୍ଟି ସହ କଣ ଥିଲା ଏମାନଙ୍କ ଲିଙ୍କ ? ଓଡ଼ିଶାରୁ ମୁମ୍ବାଇ ଯାଏଁ ଏମାନେ ପହଞ୍ଚିଲେ କେମିତି ? କୌଣସି ଡ୍ରଗ୍ ପେଡଲରଙ୍କ ସହ ଏମାନଙ୍କ ରହିଛି କି ସମ୍ପର୍କ ? ଏସବୁର ଖୋଳତାଡ଼ କରୁଛି NCB ।