• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଭଦ୍ରକରେ ଅଭାବନୀୟ ଘଟଣା

  • ଯୁବତୀ ଓ ତାଙ୍କ ମାଆଙ୍କୁ ମାଡ଼ ମାରିଲା ପ୍ରେମୀକ

ଭଦ୍ରକ: (କୀର୍ତ୍ତି ଦାସ)ବାସୁଦେବପୁର ଥାନା କମାରଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକତରଫା ପ୍ରେମ କରି ଜଣେ ଯୁବକ ବିଫଳ ହେବା ପରେ ଝିଅ ଆଉ ମାଆକୁ ମାଡ଼ମାରି ଲହୁ ଲୁହାଣ କରିଛି । ଗୁରୁତର ଅବସ୍ଥାରେ ମା ଝିଅଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ, ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗରୁ ଜଣାଯାଇଛି, ଗୁରୁତର ଯୁବତୀଙ୍କୁ ଏହି ଗ୍ରାମର ଜଣେ ଯୁବକ କିଛିଦିନ ଧରି ଏକତରଫା ଭାବେ ଭଲପାଇ ଆସୁଥିଲା । ଯାହାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ବହୁ ସମୟରେ ହଇରାଣ କରୁଥିବା ଯୁବତୀଙ୍କ ପରିବାର ଅଭିଯୋଗ ମଧ୍ୟ କରିଛନ୍ତି । ଆଜି ଯୁବତୀ କମ୍ପ୍ୟୁଟର କ୍ଲାସ ଶେଷ କରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଯୁବକ ଜଣଙ୍କ ଅଟକାଇଥିଲେ ।

ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହେବାପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବାଡ଼ିରେ ମାଡ଼ମାରି ଲହୁ ଲୁହାଣ କରି ଦେଇଥିଲେ । ଖବର ପାଇ ଯୁବତୀଙ୍କ ମାଆ ଘଟଣାସ୍ଥଳରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ମାଆ । ଉଭୟଙ୍କୁ ମାଡ଼ ମାରିବା ପରେ ଯୁବକ ଜଣକ ଫେରାର ହୋଇଯାଇଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ଉଭୟ ମାଆ ଓ ଝିଅଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ଯାଇଛି ।