• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଶିକ୍ଷା ନାଁରେ ଶିକ୍ଷାନୁଷ୍ଠାନରେ କୁକର୍ମ ଚଲାଇଥିଲା କି ଗୋବିନ୍ଦ ?

  • ଗୋବିନ୍ଦକୁ ପ୍ରଶଂସାରେ ପୋତୁଥିଲେ ନେତା-ମନ୍ତ୍ରୀ ।

  • କ୍ୟାପଟେନ୍ କହିଥିଲେ ଏଠିକୁ ଆସିଲେ ସମସ୍ତେ ୟଙ୍ଗ ହୋଇଯାନ୍ତି ।

ବଲାଙ୍ଗିର/ଭୁବନେଶ୍ୱର: ମହାଲିଙ୍ଗ କଲେଜକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କରୁଥିଲେ ଭୂୟସୀ ପ୍ରଶଂସା । ଯେଉଁ କଲେଜକୁ ଆସିଲେ ସମସ୍ତେ ହୋଇଯାଆନ୍ତି ୟଙ୍ଗ୍, ସେହି କଲେଜରେ ରହିବାକୁ ଇଚ୍ଛା ହୁଏ ଘଣ୍ଟା ଘଣ୍ଟା ଧରି । ଏଭଳି ପ୍ରଶଂସା କରୁଥିଲେ ମନ୍ତ୍ରୀ । ଖାଲି ସେତିକି ନୁହେଁ କଲେଜ ପାଇଁ ଗୋବିନ୍ଦ ସାହୁ ଯାହା କରିଛନ୍ତି, ସେଥିପାଇଁ ବି ତାଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ ଦିବ୍ୟଶଙ୍କର । କେବଳ କ୍ୟାପଟେନ୍ ନୁହଁନ୍ତି, ଆଉ ପାଦେ ଆଗକୁ ଯାଇ ପଞ୍ଚାୟତିରାଜମନ୍ତ୍ରୀ ପ୍ରତାପ ଜେନା ନିଜ ଅଭିଭାଷଣରେ ଗୋବିନ୍ଦଙ୍କୁ ଏତେ ଉପରକୁ ଟେକି ଦେଇଥିଲେ ଯେ, ନିଜେ ପାଠପଢ଼ିଥିବା ରେଭେନ୍ସା ସହ ତୁଳନା କରିବାକୁ ବି ପଛାଇନଥିଲେ । ଖାଲି ସେତିକି ନୁହେଁ ଗ୍ରାମାଞ୍ଚଳର ଏହି ଶିକ୍ଷାନୁଷ୍ଠାନକୁ ହେଲିକପ୍ଟରରେ ଯାଇ ଗୋବିନ୍ଦକୁ ବିନ୍ଧାଣୀ ବୋଲି ଅବତାରଣା କରିଥିଲେ ।

ଗୃହରାଷ୍ଟ୍ର ମନ୍ତ୍ରୀଙ୍କଠୁ ପଞ୍ଚାୟତିରାଜ, ପର୍ଯ୍ୟଟନ ଆଦି ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ଏକାଧିକ ନେତା ଆଉ ଅଧିକାରୀଙ୍କ ପାଦ ଏଠି ପଡିଛି । ସେହି ଅତିଥିଙ୍କୁ ଆପ୍ୟାୟିତ କରି ଗୋବିନ୍ଦ ତିଆରି କରିଛି ନିଜ ସାମ୍ରାଜ୍ୟ । ତାହାରି ଭିତରେ ଝିଅ ମାନଙ୍କ ସହ ଖରାପ ସମ୍ପର୍କ ରଖୁଥିଲା ଗୋବିନ୍ଦ । କେବଳ ଗୋବିନ୍ଦ ନୁହେଁ, ବିଭିନ୍ନ ସମୟରେ ଏହି କ୍ୟାମ୍ପସକୁ ଆସୁଥିବା ବଡ଼ ବଡ଼ିଆଙ୍କୁ ବି ସେ ସନ୍ତୁଷ୍ଟ କରୁଥିଲା ବୋଲି ଉଠିଛି ଅଭିଯୋଗ ।

କିନ୍ତୁ ରାଜନୈତିକ ଛତ୍ରଛାୟାରେ କ୍ଷମତାଶାଳୀ ବନିଯାଇଥିବାରୁ କେହି ଖୋଲୁ ନଥିଲେ ମୁହଁ । କାରଣ ସବୁ ସ୍ତରରେ ଜବରଦସ୍ତ ଲିଙ୍କ୍ ଥିଲା ଗୋବିନ୍ଦର । ତେବେ ମମିତା ମର୍ଡର ମାମଲାରୁ ସବୁ କେଳେଙ୍କାରୀର ହୋଇଛି ଖୁଲାସା । ତେଣୁ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ଏହି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଭିଭାବକ ଆଉ ଚାହୁଁ ନାହାଁନ୍ତି ଏଇଠି ପାଠ ପଢ଼ାଇବାକୁ । ଟ୍ରାନ୍ସଫର ସାର୍ଟିଫିକେଟ୍ ପାଇଁ ପହଞ୍ଚିବାରେ ଲାଗିଛନ୍ତି ସମସ୍ତେ ।

ଜୟ କଳାହାଣ୍ଡିର ନାରା ଦେଇ କ୍ଷମତାଶାଳୀ ବନିଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ବିଶାଳ ସାମ୍ରାଜ୍ୟ ତିଆରି କରିଥିଲା ଗୋବିନ୍ଦ । ଆଉ ମହାଲିଙ୍ଗ୍ ଭଳି ଗ୍ରାମାଞ୍ଚଳରେ ନିର୍ମାଣ କରିଥିଲା ଭବ୍ୟ ଶିକ୍ଷାନୁଷ୍ଠାନ । ଏଥିପାଇଁ WODCଠୁ ଆରମ୍ଭ କରି ବିଧାୟକ, ସାଂସଦ ପାଣ୍ଠିରୁ ଅକୁଣ୍ଠ ଚିତ୍ତରେ ମିଳିଥିଲା ଅନୁଦାନ ।

ଯେଉଁ ନିର୍ମାଣାଧିନ ଷ୍ଟାଡ଼ିୟମରେ ମମିତାଙ୍କୁ ମାରି ପୋତିଦେଇଥିଲା ଗୋବିନ୍ଦ, ସେହି ଷ୍ଟାଡିୟମ୍‌ର ନିଜେ ଠିକାଦାର ବି ସାଜିଥିଲା । ୨୦୧୩ରେ ଏହି କଲେଜରୁ ପ୍ରଶ୍ନପତ୍ର ଲିକ୍ ମାମଲାରେ ତତ୍କାଳୀନ ସୁପରିଟେଣ୍ଡେଣ୍ଟଙ୍କୁ ଗିରଫ କରିଥିଲା ପୋଲିସ । ଆଉ ସବୁ ଜାଣିଶୁଣି ଗୋଲକ ଧନ୍ଧା ଚଳାଉଥିବା ଗୋବିନ୍ଦକୁ ଯୋଗାଉ ଦିଆଯାଉଥିଲା ସରକାରୀ ପ୍ରୋତ୍ସାହନ । ଏପରିକି ମହାଲିଙ୍ଗ୍ ଗାଁରେ ଗତ କିଛି ମାସ ତଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଚେଷ୍ଟାରେ ନିର୍ମାଣ ହୋଇଥିଲା ବିରାଟ୍ ଶିବଲିଙ୍ଗ । ଏବେ ମହାଲିଙ୍ଗ୍ ଗାଁର ମହାପାପର ମହାଖୁଲାସା ପରେ ଆଇନ ତାବାଟରେ ଯିବ କହି ଯିଏ ଏବେ ଯାହା ବାଟରେ ।