• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଅର ଆସିଲାନି ଆଡ୍‌ମିଟ୍‌ କାର୍ଡ ।

  • ଦାନାଦାର ଖାଇ ସ୍କୁଲ ସାମ୍ନାରେ ମା’-ପୁଅର ଆତତ୍ମହତ୍ୟା ।

  • ଜାଣିଶୁଣି ଫର୍ମ ଫିଲ୍‌ଅପ୍‌ କରାଇଲେନି ସାର୍‌ ।

ଭୁବନେଶ୍ୱର: କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଶ୍ରେଣୀର ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇପାରିବାରୁ ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଶିକ୍ଷକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଭୟ ମା’ ଓ ପୁଅ । ଶିକ୍ଷକ ଜାଣିଶୁଣି ଫର୍ମ ପୂରଣ କରି ନାହାଁନ୍ତି ବୋଲି ସେ ମା’ ଅଭିଯୋଗ କରିଚନ୍ତି । ପୁଅ ପରୀକ୍ଷା ନ ଦେଇପାରିଲେ ଉଭୟ ମା’ ଓ ପୁଅ  ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଖବର ପାଇ ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି, ମା’ ପୁଅଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ସେପଟେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ମା’ ପୁଅଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଛାତ୍ରର ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ । ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ । କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିନଥିଲେ । ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । 

ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍‌ ଖାନ୍‌, ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍‌ଟରେ ୨୭୨ ନମ୍ୱର ରଖିଥିଲେ ।ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍‌ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ । ରେଜଲ୍‌ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍‌ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ । ସେଥିପାଇଁ ଫର୍ମ ପୂରଣ କରିଥିଲେ ବୋଲି ଇମ୍ରାନ୍‌ଙ୍କ ମାଆ କହିଛନ୍ତି ।

ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ସମସ୍ତଙ୍କର ଆଡମିଟ୍‌ କାର୍ଡ଼ ଆସିଲା । ଏକଥା ଜାଣିବା ପରେ ଇମ୍ରାନ୍‌ ଆଡମିଟ୍‌ କାର୍ଡ଼ ପାଇଁ ସ୍କୁଲ ଯାଇଥିଲେ । ମାତ୍ର ତାଙ୍କର ଫର୍ମପୂରଣ ହୋଇନଥିବା ସ୍କୁଲ କର୍ତ୍ତୃପକ୍ଷ କହିଥିଲେ । ଯେଉଁଥିପାଇଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଇମ୍ରାନ୍‌ । ସେଥିପାଇଁ ଇମ୍ରାନ୍‌ ଓ ତାଙ୍କ ମାଆ ଯସ୍ମିନ୍‌ ଆଜି ଦାନାଦାର ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଆତ୍ମହତ୍ୟା କରିବେ ବୋଲି ଉଦ୍ୟମ କରିଥିଲେ ।

ଯସ୍ମିନ ଖାନ ଆହୁରି ଏକ ବଡ଼ ଅଭିଯୋଗ କରିଛନ୍ତି ଯେ, ସ୍କୁଲର ରେପୁଟେସନ୍‌ ଖରାପ ହେବ ବୋଲି ଇମ୍ରାନ୍‌କୁ ଫର୍ମପୂରଣ କରିବାକୁ ଦିଆଗଲା ନାହିଁ । ତାର ଲାଇଫ୍‌ ଖରାଫ୍‌ ଖରାପ ହୋଇଯିବ, ସେକଥା ସ୍କୁଲ ବୁଝୁନାହିଁ । ତାଙ୍କ ପୁଅ ପ୍ରଥମ ଶ୍ରେଣୀରେ ପାସ କରିବା କଥା । କିନ୍ତୁ ୨୭୨ ନମ୍ୱର ରଖିଛି । ତେଣୁ ଆଉଥରେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଥାଆନ୍ତି ।