• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା

  • ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍‌ କରି ନିଜ ମନର କଥା ସେୟାର କରିଛନ୍ତି ନବୀନ 

ଭୂବନେଶ୍ୱର: ମନିଷ ଦାସଙ୍କ ମୃତ୍ୟୁକୁ ନେଇ ନିଜର ମନର କଥା କହିଲେ ମନିଷଙ୍କ ବାପା ନବୀନ ଦାସ । ନିର୍ଭୟା ଗୁମରକଥା ଜରିଆରେ ଭିଡିଓ ରିଲିଜ୍‌ କରି ନିଜ ମନର କଥା ସେୟାର କରିଛନ୍ତି ବରିଷ୍ଠ ସାମ୍ୱାଦିକ ନବୀନ ଦାସ । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ, ମନିଷଙ୍କ ସାଙ୍ଗମାନେ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି । ଭୋଜି କରିବା ପାଇଁ ମନିଷକୁ ତା ସାଙ୍ଗମାନେ ହୋଟେଲ୍‌କୁ ନେଇଯାଇ ସେଠାରେ ହତ୍ୟା କରିଥିବାର ସେ ଅଭିଯୋଗ କରିଛନ୍ତି ।

ମନିଷଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ସାମ୍ନାକୁ ଆଣିବେ ବୋଲି କମିଶନର କହିଥିବାବେଳେ ଅପରପକ୍ଷେ ପୋଲିସ ଉପରେ ନବୀନଙ୍କ ଯଥେଷ୍ଟ ଭରସା ରହିଥିବା ସେ କହିଛନ୍ତି । ଏହାସହ ସେ କହିଛନ୍ତି ଆଇନକୁ ସମ୍ମାନ ଦିଅନ୍ତି । ସେ କହିଛନ୍ତି ଯେ, ସେ ଆଶା କରୁଛନ୍ତି ପୋଲିସ୍‌ ଖୁବ୍‌ ଶୀଘ୍ର ହିଁ ତ୍ୟାକାରୀଙ୍କୁ ସାମ୍ନାକୁ ଆଣିବ । ମନିଷ ଗତ ରବିବାର ଭୋର ୪ଟା ୧୧ରେ ତାଙ୍କ ମୋତେଶେଷ ଫୋନ୍ କଲ୍‌ କରିଥିଲେ । ଯେଉଁଥିରେ ତାଙ୍କୁ ମାରଧର କରୁଛନ୍ତି ବୋଲି ମଧ୍ୟ କହିଥିଲେ । ଏହାସହ ସନ୍ତାନ ବିୟୋଗର ଦୁଃଖ କାହାକୁ ନ ଦିଅନ୍ତୁ ବୋଲି ନବୀନ ମା ଦୁର୍ଗାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରିଛନ୍ତି । ସଦ୍‌ଗୁରୁ ସାଇ ତାଙ୍କୁ ଏହି ଦୁଃଖରୁ ବାହାର କରିବା ନେଇ ସେ ଆଶା ରଖିଥିବାବେଳେ ବର୍ତ୍ତମାନ ସେ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ।

ଗତକାଲି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ପୋଖରୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ମନୀଷ ପାତ୍ରପଡାରେ ଥିବା ସାଉଥ୍ ସିଟି ବାର୍‌କୁ ଯାଇଥିବାବେଳେ ସେ ରାତି ପ୍ରାୟ ୪ ଟାରେ ନିଶାସକ୍ତ ଅବସ୍ଥାରେ ବାର୍‌ରୁ ବାହାରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣାଟି ନୂଆ ମୋଡ ନେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ପଛର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।