• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଗତକାଲି ୩ ଅଟକ ବ୍ୟକ୍ତିଙ୍କୁ ଗିରଫ ଦର୍ଶାଇଲା ପୋଲିସ । ସାଉଥ୍ ସିଟି ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା, ମ୍ୟାନେଜର ସୌଭିକ ଜେନାଙ୍କୁ ପୋଲିସ ଗିରଫ କରିଥିବା ବେଳେ ହାବିଲଦାର ଓ କନଷ୍ଟେବଲ ସଂଘ ସମ୍ପାଦକ ପ୍ରସନ୍ନ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଛି । ଲାଇସେନ୍ସ ନ ଥାଇ ବାର୍ ଚଳାଇବା ଓ କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ସେମାନଙ୍କୁ ଗିରଫ କରାଯାଇଛି । 

ସୂଚନାଯୋଗ୍ୟ, ବେଆଇନ୍‌ ଭାବେ ଚାଲିଥିଲା ହୋଟେଲ ସାଉଥ୍‌ ସିଟି । ଆଉ ରାତି ହେଲେ ଜମୁଥିଲା ମଦ ମାଂସର ଆସର । ଖାଲି ସେତିକି ନୁହେଁ ବାର୍‌ରେ ଉଡ଼ୁଥିଲା ବିଡ଼ା ବିଡ଼ା ଟଙ୍କା । 

ମନୀଷ ଅନୁରାଗ ହତ୍ୟା ମାମଲାର ଖୋଳତାଡ଼ ବେଳେ ଖୋଲିଛି ସାଉଥ ସିଟି ବାରର ଅସଲ ରୂପ । ଆଇନ୍ କାନୁନ୍‌ର ଧଜିଆ ଉଡ଼ାଇ ବାର ଚଳାଉଥିଲେ ଜଣେ ପୋଲିସ୍ କନେଷ୍ଟବଳ । ବିନା ଲାଇସେନ୍ସ ଓ କୋଭିଡ୍ ଆଇନ୍‌ର ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ କେମିତି ବାର୍ ଗାର୍ଲଙ୍କ ଡ୍ୟାନ୍ସରେ ରଙ୍ଗିନ ହେଉଥିଲା ରାତି, ଉଡ଼ୁଥିଲା ବଣ୍ଡଲ ବଣ୍ଡଲ ଟଙ୍କା, ସେ ଚିତ୍ର ପଦାକୁ ଆସିବା ପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଅସଲି ଟଙ୍କା ବାରରେ ଉଡାଇବା ପାଇଁ ଗ୍ରାହକଙ୍କୁ ମିଳୁଥିଲା ନକଲି ନୋଟ୍ । ତେବେ ମନୀଷ ମାମଲାକୁ ନେଇ ପୋଲିସ ବାର୍ ସିଲ୍ କରିଛି । କନେଷ୍ଟବଳ ପ୍ରସନ୍ନ ବେହେରାକୁ ଗତକାଲି ଅଟକ ରଖିବା ପରେ ଆଜି ଗିରଫ କରିଛି ପୋଲିସ । ପୂର୍ବରୁ ତାଙ୍କୁ ଚାକିରୀରୁ ସସ୍‌ପେଣ୍ଡ କରାଯାଇଥିଲା । ଖାଲି ସେତିକି ନୁହେଁ ଦାୟିତ୍ୱରେ ଅବହେଳା ପାଇଁ ତମାଣ୍ଡୋ ଥାନା ଅଧିକାରୀଙ୍କୁ ଡିସିପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଗତକାଲି ବଦଳି କରାଯାଇଛି ।

ତେବେ ଗତକାଲି ବାରରେ ଚଢ଼ାଉ ବେଳେ ସେଠାରେ ଯାହା ଦେଖିବାକୁ ମିଳିଲା, ଆଖି ପୁରା ତରାଟି ହୋଇଗଲା । ଚାରିଆଡ଼େ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିଲା ପୁଳାପୁଳା ଟଙ୍କା । ବାର ଗାର୍ଲ ଡ୍ୟାନ୍ସ ଗ୍ୟାଲେରି ହେଉ କି ରିସେପ୍ସନ ଟେବୁଲ । ସବୁଠି ବଣ୍ଡଲ ବଣ୍ଡଲ ଟଙ୍କା ପଡ଼ିଥିଲା । ଚାରି ଆଡ଼େ ଗଦା ହୋଇ ପଡ଼ିଥିଲା ଦଶ ଓ ୫୦ ଟଙ୍କିଆ ନୋଟ । ଏହି ବାର୍‌ରେ ହିଁ କଟିଥିଲା ମନୀଷ ଅନୁରାଗଙ୍କ ଶେଷ ରାତି ।