• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଟଣାଗଡ(କରୁଣାକର ବୁଡେକ) : ଠେକୁଆ ପାଇଁ ସ୍ତ୍ରୀକୁ ନୃଶଂସ ହତ୍ୟା । ସାମାନ୍ୟ ମାଂସ ପାଇଁ ବର୍ଷ ବର୍ଷର ସମ୍ପର୍କ ବୁଝିଲାନି ମଦୁଆ ସ୍ୱାମୀ । ପାଟଣାଗଡ ଉପଖଣ୍ଡ ଲରାମ୍ଭା ଥାନା ଅନ୍ତର୍ଗତ ଭରତ ବାହାଲ ଗାଁରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି । ଭରତ ବାହାଲ ଗ୍ରାମର ପୁରନ୍ଦର ନାଏକ(ପଂଚୁ) ତାଙ୍କ ସ୍ତ୍ରୀ ଅମ୍ବିକା ନାଏକ(ଲିଲି)ଙ୍କୁ ମୁଣ୍ଡରେ ଟାଙ୍ଗିଆ ଫସା ମାରି ହତ୍ୟା କରିଛି ।

ସୂଚନା ଅନୁସାରେ ୫ ବର୍ଷ ତଳେ ପୁରନ୍ଦର ଠେଲକୋଛାପର ଗାଁରେ ବିବାହ କରିଥିଲେ । ବେଶ ହସ ଖୁସିରେ ପରିବାର ଚାଲୁଥିଲା । ପୁରନ୍ଦର ଗାଁରେ ଦେଶୀ ମଦ ବିକ୍ରୟ କରୁଥୁଲେ । ଆଉ ସେବେଠାରୁ ଆରମ୍ଭ ହୋଇଥିଲା ସବୁ ଅସୁବିଧା । ମଦ ବିକ୍ରି କରିବା ସହ ମଦ ପିଇବାରେ ମଧ୍ୟ ଅଭ୍ୟସ୍ତ ଥିଲା ଅଭିଯୁକ୍ତ ସ୍ୱାମୀ । ଆଉ ଗତକାଲି ରାତିରେ ସେ ପ୍ରଚୁର ମଦ ପିଇ କି ଘରକୁ ଆସିଥିଲା । ଫେରିବା ପରି ସ୍ତ୍ରୀ ସହିତ କଳି ଝଗଡ଼ା ଆରମ୍ଭ କରିଦେଲା । ମଦ ନିଶାରେ ଏମିତି ପାଗଳ ଥିଲା ଯେ ମାଂସ ଖାଇବାକୁ ପୋଷା ଠେକୁଆ ମାରି ପକାଇଲା । ଆଉ ଏନେଇ ସ୍ତ୍ରୀ ପ୍ରତିବାଦ କରିଥିଲେ । ହେଲେ ନିଶାରେ ଚୁର ଥିବା ଅଭିଯୁକ୍ତ ହାତରେ ଧରିଥିବା ଧାରୁଆ ଟାଙ୍ଗିଆରେ ଅମ୍ବିକାର ମୁଣ୍ଡକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ସ୍ତ୍ରୀ ଲିଲିର ମୃତ୍ୟୁ ହୋଇଯାଇଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଥାନାରେ ଆସି ଅତ୍ମସର୍ମପଣ କରିଥିବା ଉପଖଣ୍ଡ ପୁଲିସ ଆରକ୍ଷୀ ଅଧିକାରୀ ଜ୍ୟୋତିମର୍ୟମ ଭୁକ୍ତା କହିଛନ୍ତି ।

ସେପଟେ ମୃତକର ମା କହିଛନ୍ତି, ମୋର ଝିଅ ଭଳରେ ଥିଲା । ଠେକୁଆକୁ ମାରିବାକୁ ଯାଉଥିବା ବେଳେ ସ୍ୱାମୀକୁ ବାରଣ କରିଥିଲା । ଆଉ ମଦପାଣି ପିଇକି ଝିଅକୁ ମାରି ଦେଇଛି ଜ୍ୱାଇଁ । ଅନ୍ୟପଟେ ଘଟଣାସ୍ଥଳରେ ଲରମ୍ଭା ଥାନା ଅଧିକାରୀ, ଉପଖଣ୍ଡ ପୁଲିସ ଅଧିକାରୀ, ମାଜିଷ୍ଟ୍ରଟ,ବଲାଙ୍ଗିର ସଇନଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘରୁ ଟାଙ୍ଗିଆ ଓ ମୃତ ଠେକୁଆ ଜବତ କରି ତଦନ୍ତ ଚଲାଇଥିବା ବେଲେ ମୃତ ଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଦେଇଛନ୍ତି ।