• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବିଲ୍‌ଡରଙ୍କୁ ଆକ୍ରମଣ ଅଭିଯୋଗରେ ଯୁବତୀ ଗିରଫ ।

  • ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା ଲାଲବାଗ ପୋଲିସ ।

  • ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗାର୍ଲଫ୍ରେଣ୍ଡ ହେଉଛି ମାନସୀ ।

କଟକ: ବିଲ୍‌ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ । ଆଉ ତା’ ଇଶାରରେ ସବୁ କାମ କରୁଛି । ଏବେ ବିଲ୍‌ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଲେଡି ଡନ୍ ମାନସୀ ନାୟକକୁ ଗିରଫ କରାଯାଇଛି । କଟକର କମିଶନରେଟ୍ ପୋଲିସ୍ ଆଜି ତାକୁ ଗିରଫ କରିଛି । ମାନସୀ ସହ ତା’ର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି ।

ଅନ୍ୟପଟେ ୨୦୧୪ରେ ଏକ ହତ୍ୟାକାଣ୍ଡ ମାମଲାରେ ମାନସୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିଲା । ଗିରଫ ପରେ ତାକୁ କୋର୍ଟଚାଲାଣ କରାଯାଇଥିଲା । ତେବେ ପରେ ସେ ଜାମିନ୍ ପାଇଥିଲା । କିନ୍ତୁ ଏବେ ସେ ପୁଣିଥରେ ତା’ର ଦାଦାଗିରି ଚଳାଇଥିବା ଖବର ପୋଲିସ୍ ପାଖରେ ପହଞ୍ଚିଥିଲା । ଯାହା ପରେ ପୋଲିସ୍ ତାକୁ ଗିରଫ କରିଥିଲା । ପୋଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଚଳାଇଛି । ଏଥିରେ ଆଉ କେଉଁମାନେ ସାମିଲ୍ ଅଛନ୍ତି, ପୋଲିସ୍ ତା’ର ମଧ୍ୟ ଖୋଳତାଡ଼ କରୁଛି ।

ମାନସୀଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲାରେ । କିଛି ଦିନ ତଳେ ମାନସୀ ଲାଲବାଗ ଥାନା ଅଞ୍ଚଳରେ ଜଣେ ବିଲ୍‌ଡରଙ୍କୁ ଦାଦା ବଟି ମାଗିଥିଲା ଏବଂ ତାଙ୍କୁ ଆକ୍ରମଣ ମଧ୍ୟ କରିଥିଲା । ବିଲ୍‌ଡର ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ତୁରନ୍ତ ଆକ୍ସନ୍ ନେଇ ଆଜି ମାନସୀକୁ ଗିରଫ କରିଛି ।

ମାନସୀ ପ୍ରଥମେ ଗ୍ୟାଙ୍ଗଷ୍ଟର ସକିଲର ସହଯୋଗୀ ଭାବେ କାମ କରୁଥିଲା । ପରବର୍ତ୍ତୀ ସମୟରେ ସେ ସକିଲର ଗର୍ଲଫ୍ରେଣ୍ଡ ହୋଇଥିଲା । ଆଉ ସକିଲର ଇସାରାରେ ହିଁ ମାନସୀ ଏଭଳି ଅପରାଧିକ କାମ କରୁଥିବା ପୋଲିସ୍ ଆଗରେ ସ୍ୱୀକାର କରିଛି । ମାନସୀ ନାଁରେ ଏକାଧିକ ଅପରାଧିକ ରେକର୍ଡ ରହିଛି ।