• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲାଙ୍ଗିର: ୫ ଦିନିଆ ରିମାଣ୍ଡରେ ଯିବ ଗୋବିନ୍ଦ ସାହୁ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ମଂଜୁର କରିଛନ୍ତି । ଆଜି ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ହାଜର କରିବା ସହ ୭ ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ହେଲେ କୋର୍ଟ ୫ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ଏହି ୫ ଦିନରେ ମମିତା ହତ୍ୟାକାଣ୍ଡର ଆହୁରି କିଛି ରହସ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି ।

ଅନ୍ୟପଟେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ପ୍ରେସମିଟ୍ କରି ଉତ୍ତରାଂଚଳ ଡିଆଇଜି କହିଛନ୍ତି, ସୁଚିନ୍ତିତ ଭାବେ ଯୋଜନା କରି ମମିତାଙ୍କୁ ହତ୍ୟା କରାଯାଇଛି । ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଛି । ପରକୀୟା ପ୍ରୀତି ଜାଣିଯିବା ପରେ ତାକୁ ପ୍ରଘଟ କରିବାକୁ ମମିତା ଧମକ ଦେବାରୁ ରାଗରେ ହତ୍ୟା କରିଛି ଗୋବିନ୍ଦ । କାରରେ ହିଁ ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ । ତେବେ ତଣ୍ଟି ଚିପି ମରାଯାଇଛି କି ନାହିଁ, ତାର ତଦନ୍ତ ଚାଲୁଛି । ଘଟଣାରେ ଡ୍ରାଇଭର ଅଟକ ଅଛି ଏବଂ ତାର ଭୂମିକା ନେଇ ତଦନ୍ତ ଜାରି ରହିଥିବା ଉତ୍ତରାଂଚଳ ଡିଆଇଜି କହିଛନ୍ତି । ଏଥିସହ ମର୍ଡର ପରଦିନ କାର୍ଡ ବୋର୍ଡ ଓ ଟାୟାରରେ ମମିତାଙ୍କ ଶବକୁ ଗୋବିନ୍ଦ ପୋଡ଼ି ଦେଇଥିଲା ବୋଲି ସ୍ପଷ୍ଟ କରିଛନ୍ତି ଡିଆଇଜି । ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି କହିଛନ୍ତି ଉତ୍ତରାଂଚଳ DIG ଦୀପକ କୁମାର ।

ସେପଟେ ଆଜି ମହାଲିଙ୍ଗ ଘଟଣାକୁ ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ଟିମ୍ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇ ବିଜେପି ଟିମ ରାଜ୍ୟପାଳଙ୍କୁ ଭେଟିଛି । ରାଜ୍ୟପାଳଙ୍କୁ ଏ ସମସ୍ତ ବିଷୟ ନେଇ ଅବଗତ କରାଇଛନ୍ତି ବୋଲି କହିଛନ୍ତି ସମୀର ମହାନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବାକୁ ଦାବି କରିଛନ୍ତି । ରାଜ୍ୟପାଳ ଏଥିପ୍ରତି ଗୁରୁତ୍ୱର ସହ ବିଚାର କରିବାକୁ କହିଛନ୍ତି ।

BJP Team Meet GovernorBJP Team Meet Governor

ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବିରେ ବିକ୍ଷୋଭ କରିଛି ବିଜେପି ମହିଳା ମୋର୍ଚ୍ଚା । ଅଭିଯୋଗ ଥିବା ସତ୍ତ୍ୱେ ମନ୍ତ୍ରୀଙ୍କ ପ୍ରତି ନରମ ମନୋଭାବ ପୋଷଣ କରାଯାଉଥିବା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଆଗରେ ବିକ୍ଷୋଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚୁଡ଼ି ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମହିଳା ମୋର୍ଚ୍ଚା କର୍ମୀ । ତେବେ ନବୀନ ନିବାସ ଭିତରକୁ ପଶିବା ଲାଗି ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । 

Congress Team At Governor's HouseCongress Team At Governor's House

ସେହିଭଳି ଏହି ଘଟଣା ନେଇ କଂଗ୍ରେସ ମଧ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଛି । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ କଂଗ୍ରେସ ଟିମ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛି । ମମିତା ମେହେର ଘଟଣାରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି କଂଗ୍ରେସ ।

BJP Protest At Naveen NiwasBJP Protest At Naveen Niwas