• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଟ୍ଟାମୁଣ୍ଡାଇ: ବାପା, ପୁଅଙ୍କୁ ମାଡ଼ ଘଟଣାରେ ୭ ଅଭିଯୁକ୍ତ ଜେଲ୍ ଗଲେ । JMFC କୋର୍ଟରେ ଜାମିନ ଖାରଜ ହେବାରୁ ୭ ଜଣ ଅଭିଯୁକ୍ତ ଜେଲ୍ ଗଲେ । ପେଟ୍ରୋଲ ପମ୍ପରୁ ଲୁଟ ଘଟଣାରେ କଙ୍ଗାରୁ କୋର୍ଟ ବସାଇ, ସେଥିରେ ନ୍ୟାୟ ନିସାପ କରି ଏମାନେ ବାପା ପୁଅଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ମାରିବା ଭିଡିଓ ଭାଇରାଲ୍ ପରେ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଆଜୁ ସେମାନଙ୍କ ଜାମିନ ଖାରଜ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ପ୍ରଥମେ କଙ୍ଗାରୁ କୋର୍ଟରେ ବାପ ପୁଅଙ୍କୁ ନିସ୍ତୁକ ମାଡ଼ ଘଟଣାରେ ୨ ସରପଞ୍ଚଙ୍କୁ ଗିରଫ କରାଯାଇଥିଲା । ତାଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗିରଫ କରିଥିଲା କେନ୍ଦ୍ରାପଡ଼ା ପୋଲିସ । ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପୁଅ ସମେତ ୪ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାରେ ସଂପୃକ୍ତ ବିଜୟନଗର ଓ ବହିପାଳ ସରପଞ୍ଚ ମଧ୍ୟ ଗିରଫ ହୋଇଛନ୍ତି । ପେଟ୍ରୋଲ ପମ୍ପରୁ ୧ ଲକ୍ଷ ୯୭ ହଜାର ଚୋରି ଅଭିଯୋଗ ହୋଇଥିଲା । ଚୋରି ଅଭିଯୋଗରେ ନାବାଳକ ଓ ତାଙ୍କ ବାପାଙ୍କୁ ମାଡ଼ ହୋଇଥିଲା । କଙ୍ଗାରୁ କୋର୍ଟ ଡାକି ୩ ସରପଞ୍ଚଙ୍କ ଉପସ୍ଥିତିରେ ମାଡ଼ ମରାଯାଇଥିଲା । 

କେନ୍ଦ୍ରାପଡା ପଟାମୁଣ୍ଡାଇ ବ୍ଲକ ଅଂଚଳରେ ଦେଖିବା ପାଇଁ ମିଳିଥିଲା ଏଭଳି ତାଲିବାନୀ ଶାସନର ନଗ୍ନନମୁନା । ଟଙ୍କା ଚୋରି ଅଭିଯୋଗରେ ଜଣେ ଯୁବକ ଏବଂ ତାଙ୍କ ବାପାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ତେବେ ଏହି ମାଡ ମରାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ମାଡ ମାରିବା ବେଳେ ୪ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ସେହି ୪ ଜଣ ମଧ୍ୟରୁ ୨ଜଣ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ବୋଲି ଜଣାପଡ଼ିଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା-ସାହୁପଡା ରେ ଥିବା ଏକ ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ପରେ ସେଠାରେ କାମ କରୁଥିବା ମହାକଳାପଡା ବିଜୟନଗର ଅଞ୍ଚଳର ଯୁବକ ସ୍ମୃତିରଞ୍ଜନ ନାଥଙ୍କୁ ସନ୍ଦେହ କରିଥିଲେ ପେଟ୍ରୋଲ ପମ୍ପର ମାଲିକ । ପରେ ସ୍ମୃତିରଞ୍ଜନଙ୍କ ବାପାଙ୍କୁ ଡାକି ଗୋଟେ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ । କେଵଳ ସେତିକି ନୁହେଁ, ସ୍ମୃତିଙ୍କୁ ତାଙ୍କ ବାପାଙ୍କୁ ମାଡ଼ ମାରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିଲେ ।

ଏହି କଙ୍ଗାରୁ କୋର୍ଟର ମଜା ନିର୍ବାଚିତ ଜନପ୍ରତିନିଧିମାନେ ଭରପୁର ଉଠାଇଥିବା ବେଳେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲିନଥିଲେ । ତେବେ ଏହି ଘଟଣା ପରେ ସ୍ମୃତି ଗୁରୁତର ହୋଇ ନିଖୋଜ ହୋଇଥିବା ବେଳେ ବାପା ଗଙ୍ଗାଧର ମଧ୍ୟ କେଉଁଆଡ଼େ ଚାଲିଯାଇଥିବା କହିଛନ୍ତି ଗ୍ରାମବାସୀ ।