• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ପୁଣି ନବବଧୂଙ୍କୁ ହତ୍ୟା ଅଭିଯୋଗ

  • ବାହାଘରର ବର୍ଷେ ପରେ ମାରିଦେଲେ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବର୍ଷକ ତଳେ ହୋଇଥିଲା ବାହାଘର । କାନ୍ଥରୁ ଲିଭିନି ଦୁଇଜଣଙ୍କ ନାଁ । କିନ୍ତୁ ଲିଭିଗଲା ଲିଜାଙ୍କ ଜୀବନ ଦୀପ । ଯୌତୁକ ଜୁଇରେ ଜଳିଗଲେ ନବ ବଧୂ ଲିଜା I ନୟାଗଡ଼ ସଦର ଥାନା ଅନ୍ତର୍ଗତ ଶିମିଳିସାହି ଗାଁରେ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ନବ-ବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲିଜାଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ନବ-ବଧୂଙ୍କ ପରିବାର ଲୋକ I

ଅଭିଯୋଗ ଅନୁସାରେ, ଶରଣକୁଳ ଥାନା କଟରାଝରି ଗାଁର ଲିଜା ନାହାକ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେ ତଳେ ବିବାହ କରିଥିଲେ l ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲେ । ସୋମବାର ଲିଜାଙ୍କୁ ଶାଶୁଘର ଲୋକ ସଂଘବଦ୍ଧ ଭାବେ ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହି ଘଟଣା ପରେ ଲିଜାଙ୍କ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି l