• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଥାନାରେ ଅଭିଯୋଗ ପରେ ହୋଟେଲ ମାଲିକ ଗିରଫ

  • ମାଡ଼ମରା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ

ଆନନ୍ଦପୁର : ହୋଟେଲ ମାଲିକଙ୍କ ଦବଙ୍ଗଗିରି । ୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ମିଶି ଜଣେ ଗ୍ରାହକଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ମାଡ଼ ମାରିଛନ୍ତି । ଉଭୟ ବାପପୁଅ ଗ୍ରାହକଙ୍କୁ ର୍ନିଦ୍ଧୁମ ପିଟୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଘସିପୁରା ବଜାରରେ ।

ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ଏକ ଦୋକାନକୁ ଗ୍ରାହକ ଜଣକ ଗତକାଲି ମଧ୍ୟାହ୍ନରେ ଖାଇବାକୁ ଯାଇଥିଲେ । ହୋଟେଲରେ ଖାଇବା ପରେ ମାଲିକ ୪୫ଟଙ୍କା ଦେବାକୁ କହିଥିଲେ । ହେଲେ ଗ୍ରାହକ ଜଣକ ୪୦ଟଙ୍କା ଦେଇ ବାକି ପାଞ୍ଚ ଟଙ୍କା ପଛରେ ଦେବାକୁ କହିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ହୋଟେଲ ମାଲିକ ହଠାତ୍ ଉତକ୍ଷିପ୍ତ ହୋଇପଡ଼ିଥିଲେ । ସର୍ବସମ୍ମୁଖରେ ପୁଅ ସହ ମିଶି ଗ୍ରାହକଙ୍କୁ ନିର୍ଦ୍ଧୁମ ପିଟିଥିଲେ ।

ପୀଡ଼ିତଙ୍କ କହିବା ଅନୁସାରେ ଘସିପୁରା ବଜାରରେ ଥିବା ମା’ ହୋଟେଲକୁ ଖାଇବାକୁ ଯାଇଥିଲେ । ଭାତ, ଡାଲି ଆଉ ତରକାରୀ ଖାଇବା ପରେ ୪୫ ଟଙ୍କା ମାଗିଥିଲେ ହୋଟେଲ ମାଲିକ । ଗରିବ ଲୋକ ହୋଇଥିବାରୁ ଏବେ ୪୦ ଟଙ୍କା ଦେଉଛି, ଆଉ ରାତି ବେଳକୁ ପାଞ୍ଚ ଦେଇଦେବି ବୋଲି କହିଥିଲେ ଗ୍ରାହକ । ଆଉ ଏତିକି କହିବା ପରେ ବାପ-ପୁଅ ନିର୍ଦ୍ଧୁମ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ ବୋଲି ସେ କହିଛନ୍ତି ।

ତେବେ ଏନେଇ ଗ୍ରାହକ ଜଣକ ଏନେଇ ଘଷିପୁରା ଥାନାରେ ଅଭିଯୋଗ କରିଥିବା କହିଛନ୍ତି । ଏବେ ପୋଲିସ ହୋଟେଲ ମାଲିକଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ହେଲେ ଅଭିଯୁକ୍ତ ହୋଟେଲ ମାଲିକଙ୍କ ପୁଅ ଏଯାଏଁ ଧରାପଡିନି ।